Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜଧାନୀ ରାଜରାସ୍ତାରେ ପାଚିକାଙ୍କ ଆନ୍ଦୋଳନ, ଦରମା ବୃଦ୍ଧି ଓ ଅବସରକାଳୀନ ବୟସ ସୀମା ୬୨ ବର୍ଷକୁ ବୃଦ୍ଧି କରିବା ନେଇ ଦାବି

ଭୁବନେଶ୍ଵର,୧୯।୩ : ରାସ୍ତାରେ ଧାରଣାରେ ବସିଛନ୍ତି ପାଚିକା । ଦରମା ବୃଦ୍ଧି କରିବାକୁ ନେଇ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ-ପାଚିକା ମାନେ ଆନ୍ଦୋଳନକୁ ଓହ୍ଳାଇଛନ୍ତି। ତୋରାଣି ପିଇ ଓ ମୁଢି ଖାଇ ଧାରଣାରେ ବସିଛନ୍ତି ପାଚିକା ।ତିନି ମାସ ହେଲା ଦରମା ମିଳିନି। ଏଣୁ ସଂଘ ତୁରନ୍ତ ତିନି ମାସର ଦରମା ପ୍ରଦାନ କରିବାକୁ ଦାବି କରିଛନ୍ତି।

ସମାନ କାମକୁ ସମାନ ଦରମା ଦେବାକୁ ଦାବି କରିଛି। କେବଳ ଦରମା ବୃଦ୍ଧି ନୁହେଁ ତାହା ସହିତ ଅବସରକାଳୀନ ବୟସ ସୀମାକୁ ମଧ୍ୟ ବୃଦ୍ଧି କରିବା ନେଇ ଦାବି କରିଛନ୍ତି। ଅବସରକାଳୀନ ବୟସ ସୀମା ୬୨ ବର୍ଷକୁ ବୃଦ୍ଧି କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ଏହାସହିତ ଛଟେଇ ହୋଇଥିବା ପାଚିକାମାନଙ୍କୁ ପୁନଃ ନିଯୁକ୍ତିରେ ରଖିବା, ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ, ପୂର୍ବ ସରକାରଙ୍କର ଘୋଷଣା ଅନୁସାରେ ମୃତ୍ୟୁକାଳୀନ ସହାୟତା ରାଶି ଏକ ଲକ୍ଷ ଟଙ୍କା ପ୍ରଦାନ ଆଦି ବିଭିନ୍ନ ଦାବିକୁ ନେଇ ରାଜରାସ୍ତାରେ ସହ ସହ ପାଚିକା ଧାରଣା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ