ସମ୍ବଲପୁର :ଚଳିତ ବର୍ଷ ଧାର୍ମିକ ପରମ୍ପରାର ଧାରାକୁ ବଜାୟ ରଖି ଦେବ ବିବାହ ଉତ୍ସବ ଶୀତଳଷଷ୍ଠୀ ଯାତ୍ରାର ସଫଳ ଆୟୋଜନ ପାଇଁ ବିଗତ ଦିନର କିଛି ଘଟଣା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ତେବେ ସର୍ବପୁରାତନ ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କ ଭାବାବେଗକୁ ଧ୍ୟାନରେ ରଖି ଏହାକୁ ଆହୁରୀ ଭବ୍ୟ ରୂପେ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି କ୍ରମରେ ବାବା ବାଲୁଙ୍କେଶ୍ୱର ଙ୍କ ପାଇଁ ୧୫୦ କିଗ୍ରାର ଚାନ୍ଦି ମେଢ଼ କୁ ଏକ ଭିନ୍ନ ରୂପରେ ସଜ୍ଜିତ କରିବା ସହିତ ଲୋକକଳା ଓ କଳାକାର ମନକୁ ପ୍ରାଧାନ୍ୟ ଦିଆଯାଇଥିଲା । ଦେବ ଦମ୍ପତ୍ତି ଙ୍କ ଆଶୀର୍ବାଦ ସହିତ କନିଷ୍ଠ ମାନଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ମାନଙ୍କର ପର୍ଯ୍ୟନ୍ତ ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ ପରମ୍ପରାକୁ ବଜାୟ ରଖିବା ପାଇଁ କରାଯାଇଥିବା ଉଦ୍ୟମ ସମସ୍ତଙ୍କ ସହଯୋଗରେ ସଫଳ ହୋଇଛି । ଶ୍ରଦ୍ଧାଳୁଙ୍କ ସହିତ ଜିଲା ପ୍ରଶାସନ, ପୁଲିସ ପ୍ରଶାସନ, ମୁଦ୍ରଣ ଓ ବୈଦ୍ୟୁତିକ ଗଣମାଧ୍ୟମ, ବିଦ୍ୟୁତ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ମହାନଗର ନିଗମ, ବିଭିନ୍ନ ଅନୁଷ୍ଠାନ ଇତ୍ୟାଦି ଙ୍କ ସକ୍ରିୟ ସହଯୋଗ ଯୋଗୁଁ ଏହା ସମ୍ଭବପର ହୋଇପାରିଥିଲା । ଏଣୁ ସମସ୍ତଙ୍କୁ ସର୍ବପୁରାତନ ଶୀତଳଷଷ୍ଠୀ କମିଟି ତରଫରୁ ସଭାପତି ପ୍ରଶାନ୍ତ କୁମାର ବରାଇ, ସମ୍ପାଦକ ଆଶିଷ ବାବୁ, ସମସ୍ତ ସଦସ୍ୟ ଓ ନନ୍ଦପଡାବାସୀ କୃତଜ୍ଞତାର ସହିତ ଧନ୍ୟବାଦ ପ୍ରଦାନ କରିଛନ୍ତି ବୋଲି ଗଣମାଧ୍ୟମ ପ୍ରଭାରୀ ବିରାଜ କୁମାର ମିଶ୍ର ଓ ସୁଶ୍ରିତ ମିଶ୍ର ସୂଚନା ଦେଇଛନ୍ତି ।
ଶୀତଳଷଷ୍ଠୀ ଯାତ୍ରା କମିଟି ଜଣାଇଲେ କୃତଜ୍ଞତା
