Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଣ୍ଡିଆ ଟିଫିନ୍ ସେଣ୍ଟର ଉଦଯାପିତ:ମଜା ଉଠାଇଲେ ଶ୍ରଦ୍ଧାଳୁ

ସମ୍ବଲପୁର : ମାଣ୍ଡିଆ ଏକ ପୃଷ୍ଟିକର ଖାଦ୍ୟ। ଏଥିରେ ଭରି ରହିଛି ଭିଟାମିନ୍ ମ୍ୟାନେରାଲ ପରି ଜୀବନଶକ୍ତି । ତେଣୁ ଏହାର ଉପଯୋଗ ଓ କୃଷି କ୍ଷେତ୍ରରେ ଚାଷୀ ମାନଙ୍କ ମନ ନିବେଶ କରିବା ନେଇ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ଉଦ୍ୟମ ଅବ୍ୟାହତ ରହିଛି । ଏହି କ୍ରମରେ ସମ୍ବଲପୁରର ପ୍ରତିଷ୍ଠିତ ସ୍ୱେଚ୍ଛାସେବୀ ସଂଗଠନ ଆଦର୍ଶ ପକ୍ଷରୁ ମାଣ୍ଡିଆର ପ୍ରଚାର ଓ ପ୍ରସାର ପାଇଁ ଶୀତଳଷଷ୍ଠୀ ଅବସରରେ ଖୋଲାଯାଇଥିଲା ମାଣ୍ଡିଆ ଟିଫିନ୍ ସେଣ୍ଟର୍ । ଏହି ସେଣ୍ଟରରେ ମାଣ୍ଡିଆରେ ପ୍ରସ୍ତୁତ ଇଟିଲି,ସରବତ୍,ତିଖିରି ଭଳି ବିଭିନ୍ନ ସୁସ୍ୱାଦ ବ୍ୟଞ୍ଜନ ପ୍ରସ୍ତୁତ ଜଳଖିଆ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦିଆଯାଇଥିଲା।ଏହାକୁ ଯୁଯୋମୁରା ବ୍ଲକ୍ କୃଷି ଅଧିକାରୀ ମନୋରଞ୍ଜନ ସେଠୀ ଫିତା କାଟି ଉଦଘାଟନ କରିଥିବା ବେଳେ ଏଥିରେ ନେହେରୁ ଯୁବକେନ୍ଦ୍ର ସଂଗଠନର ଜିଲ୍ଲା ସଂଯୋଜକ ମାରିୟାନୁଶ ବିଲୁଙ୍ଗ,ନାବାର୍ଡ ଏଜିଏମ୍ ଧିରେନ ଦାଶ,ଓଡିଶା ମିଲେଟ୍ ମିଶନର ଜିଲ୍ଲା ସଂଯୋଜକ ସୁଧାଂଶୁ ରାୟଗୁରୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହାକୁ ଅନୁଷ୍ଠାନ ମୁଖ୍ୟ ପ୍ରଦୀପ କୁମାର ବେହେରାଙ୍କ ନେତୃତ୍ୱରେ ଆଦର୍ଶ କର୍ମକର୍ତ୍ତା ପରିଚାଳନା କରିଥିଲେ । ଧନୁପାଲି ଠାରେ ୩ ଦିନ ଧରି ଚାଲିଥିବା ଏହି ମାଣ୍ଡିଆ ଟିଫିନ୍ ସେଣ୍ଟର ଆଜି ଉଦଯାପିତ ହୋଇଯାଇଛି । ଏହା ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରା ବେଶ ଆଦୃତ ହୋଇଥିବା ବେଳେ ମାଣ୍ଡିଆ ଚାଷ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଇଥିବା ନେଇ ଜନମତ ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ