Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜଳିଗଲା ଠେଲା: ଲକ୍ଷଧିକ କ୍ଷତି

ସମ୍ବଲପୁର : ସମ୍ବଲପୁର କଲିକତା ୫୬ ନମ୍ବର ଜାତୀୟ ରାଜପଥ ପଡିଆବାହାଲରେ ଗତ ରାତି ଘଟିଯାଇଛି ଏକ ଅଘଟଣ। ଘଟଣାରେ କେହି ଆହତ ହୋଇନଥିଲେ ମଧ୍ୟ ଆସନ୍ନ ଏକ ବଡ ଧରଣର ଅଗ୍ନିକାଣ୍ଡରୁ ରକ୍ଷା ମିଳିଥିଲେ ମଧ୍ୟ ବରୁଣ ବେରିହାଙ୍କ ଚା ଓ ପାନ ଠେଲାଟି ସଂପୁର୍ଣ୍ଣ ଜଳିଯାଇ ଭସ୍ମିଭୁତ ହୋଇଯାଇଛି । ଏଥିରେ ପ୍ରାୟ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଉଛି । ଗତ କାଲି ରାତି ୧୧.୩୦ରେ ରାଜପଥ ଉପରେ ଥିବା ବରୁଣଙ୍କ ଏହି ଠେଲାରେ ନିଆଁ ଲାଗିବା ଦେଖି ପଡୋଶୀ ଦୋକାନ ମାଲିକ ଦେଖିଥିଲେ । ତୁରନ୍ତ ନିଜ ଭାଇ ଡକାଇ ଓ ଦୋକାନ ମାଲିକଙ୍କୁ ଖବର ଦେଇ ନିଆଁକୁ ଆୟତ୍ତ କରିବାକୁ ପାଣି ମାରିବା ସହ ସମ୍ବଲପୁର ଦମକଳ ବାହୀନିକୁ ଖବର ଦିଆଯାଇଥିଲା । କ୍ରମଶଃ ନିଆଁ ବଢିବା ଲାଗିବାରୁ ରାସ୍ତା ଯାଉଥିବା ଲୋକେ ଓ ସ୍ଥାନୀୟ ଅଧିବାସୀ ନିକଟସ୍ଥ ବନ୍ଧରୁ ପାଣି ଆଣି ନିଆଁ ଲିଭାଇବାକୁ ଉଦ୍ୟମ କରୁଥିବା ବେଳେ ଠେଲା ଭିତରେ ଥିବା ଗ୍ୟାସ ସିଲିଣ୍ଡର ବିଷ୍ଫୋରଣ ହୋଇ ଭାଟି ଯାଇଥିଲା। ଫଳରେ ଏହାର ଶବ୍ଦ ଶୁଣି ଓ ନିଆଁର ପ୍ରକୋପ ବଢିବା ପରେ ପାଖରେ ଥିବା ବହୁ ଲୋକ ଛିନ୍ନଛତ୍ର ଦେଇଥିଲେ । ସମ୍ବଲପୁରର ଦମକଳ ପହଞ୍ଚିବା ଆଗରୁ ଠେଲାଟି ସଂପୁର୍ଣ୍ଣ ଜଳିଯାଇଥିଲା। ତେବେ ନିଆଁ ଲାଗିବା କାରଣ ସ୍ୱଷ୍ଟ ହୋଇନଥିଲେବି ଏହାକୁ ନେଇ ନାନା କଥା ଉଠୁଛି। ପୋଲିସ ତଦନ୍ତ କଲେ ପ୍ରକୃତ ରହସ୍ୟ ଜଣାପଡିବ। ତେବେ ଦୋକାନ ମାଲିକ ଜଣେ ଗରୀବ ଶ୍ରେଣୀର ଓ ଏହି ଦୋକାନ ଉପରେ ନିର୍ଭର କରି ନିଜ ବିଧବା ମାଁ ରୋଗୀଣା ସନ୍ତାନ ଓ ପରିବାରକୁ ନେଇ ଗୁଜୁରାଣ ମେଣ୍ଟାଉଥିବାରୁ ଏଭଳି ବିପତ୍ତି ସମୟରେ ସରକାର ଓ ଅନ୍ୟମାନେ ଏହି ଯୁବ ଉଜଯୋଗୀକୁ ସହାୟ ହେବାକୁ ସବୁ ମହଳରୁ ଦାବି ହେଉଛି।