Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀଙ୍କ ଖାଦ୍ୟରେ ବାହାରିଲା ପୋକ! ରେଳ ମନ୍ତ୍ରଣାଳୟ ପକ୍ଷରୁ ୫୦ ଲକ୍ଷ ଜୋରିମାନା

ନୂଆଦିଲ୍ଲୀ, ୨୭|୩: ଖାଦ୍ୟରୁ ବାହାରିଲା ଜିଅନ୍ତା ପୋକ! ରାଗିକି ପୁରା ପଞ୍ଚମରେ ଯାତ୍ରୀ | ଏଭଳି କିଛି ଚକିତ କରିଦେଲା ଭଳି ଘଟଣା ଘଟିଛି ସମସ୍ତ ବନ୍ଦେ ଭାରତ ଏକ୍ସପ୍ରେସରେ | ଯେଉଁଠି ଯାତ୍ରୀଙ୍କ ଖାଦ୍ୟରୁ ପୋକ ବାହାରିଛି ! ଆଉ ବାହାରିବା ପରେ ଯାତ୍ରୀ ଜଣକ କ୍ଷୁବ୍ଧ ହୋଇ ପଡିଛନ୍ତି | ଏହି ଘଟଣାରେ ରେଳ ମନ୍ତ୍ରଣାଳୟ ପକ୍ଷରୁ କ୍ୟାଟେରିଂ ଦାୟିତ୍ବ ନେଇଥିବା ଆଇଆରସିଟିସି ଓ ଖାଦ୍ୟର ଟେଣ୍ଡର ନେଇଥିବା ଭେଣ୍ଡର (ସଂସ୍ଥା) ଉପରେ ନିଆଯାଇଛି କଡା ଆକ୍ସନ | ୧୦ ଓ ୫୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ ହୋଇଛି ।

ସୂଚନା ଅନୁସାରେ, ଚଳିତମାସ ୧୫ରେ ଯାତ୍ରୀ ଜଣକ ବନ୍ଦେ ଭାରତ ଏକ୍ସପ୍ରେସରେ ପାଟନାରୁ ଟାଟାନଗର ଅଭିମୁଖେ ଯାତ୍ରା କରୁଥିଲେ। ଯାତ୍ରା ସମୟରେ ସେ ଖାଇବା ଅର୍ଡର କରିଥିଲେ | ଆଉ ଖାଦ୍ୟ ଖାଇବା ସମୟରେ ସେଥିରେ ସେ ପୋକ ଦେଖିବାକୁ ପାଇଥିଲେ | ଏହାପରେ ସେ କୋଚ୍‌ ଆଟେଣ୍ଡାଣ୍ଟଙ୍କୁ ଡାକି ଦେଖାଇଥିଲେ | ମାତ୍ର ଆଟେଣ୍ଡାଣ୍ଟ ଜଣକ ଏହାକୁ କେଶର (ସାଫ୍ରନ) ବୋଲି କହି ଯାତ୍ରୀଙ୍କ ଅଭିଯୋଗକୁ ଏଡାଇ ଦେଇଥିଲେ।

ଏହା ଶୁଣି ଯାତ୍ରୀ ଜଣକ କ୍ଷୁବ୍ଧ ହୋଇ ଉକ୍ତ ଖାଦ୍ୟର ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରଦେଇଥିଲେ । ଭାଇରଲ ହେବା ପରେ ଶେଷରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ଗୁରୁତର ସହ ନିଆଯାଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୧୦ ଓ ୫୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ ହୋଇଛି । ତେବେ ତଦନ୍ତରୁ ସଂପୃକ୍ତ ଯାତ୍ରୀଙ୍କୁ ଦିଆଯାଇଥିବା ଦହି ପ୍ୟାକେଟ ଏକ୍ସପାଏରୀ ବୋଲି ଜଣାପଡିଛି। ସାମାଜିକ ଗଣମାଧ୍ୟ ଉପଭୋକ୍ତାମାନେ ଏହି ଘଟଣାକୁ ତୀବ୍ର ସମାଲୋଚନା କରିଛନ୍ତି | ଅନ୍ୟପଟେ, ଯାତ୍ରୀଙ୍କ ଖାଦ୍ୟ ପ୍ରତି ସତର୍କତା ଅବଲମ୍ବନ କରିବାକୁ ରେଳ ମନ୍ତ୍ରଣାଳୟକୁ ପରାମର୍ଶ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ