ଇରାନର ଶକ୍ତି ଆଗରେ ଟ୍ରମ୍ପ ପଡ଼ିଲେକି ଫିକା? ଯୁଦ୍ଧକୁ ୧୦ ଦିନ ପାଇଁ ସ୍ଥଗିତ କରିବାକୁ ଘୋଷଣା
ନୂଆଦିଲ୍ଲୀ,୨୭|୩ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାସେ ଉପରେ ଧରି ଚାଲିଥିବା ଯୁଦ୍ଧର ବିରତି ଘୋଷଣା କରିଛନ୍ତି | ସେ ୧୦ ଦିନ ପାଇଁ ଇରାନ ଉପରେ ଆକ୍ରମଣ କରିବାକୁ ସ୍ଥଗିତ ରଖିବା ନେଇ ଘୋଷଣା କରିଛନ୍ତି | ଏହି ନିଷ୍ପତ୍ତି ସମ୍ପର୍କରେ ଟ୍ରମ୍ପ କହିଛନ୍ତି ଯେ, ବର୍ତ୍ତମାନ ଯୁଦ୍ଧକୁ ନେଇ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ଚାଲିଛି ଏବଂ ଏହାର ଏକ ସକାରାତ୍ମକ ଫଳାଫଳ ମିଳିବା ନେଇ ଆଶା ରହିଛି । ଆଲୋଚନାକୁ ଆଗକୁ ବଢ଼ାଇବା ପାଇଁ ଏବଂ ଇରାନର ଅନୁରୋଧରେ ୧୦ ଦିନିଆ ଆକ୍ରମଣ ବନ୍ଦ କରାଯାଇଛି। ୧୦ ଦିନ ପରେ, ଯୁଦ୍ଧର ସ୍ଥିତି ଆଗକୁ କଣ ରହିବ ସେମାନେ ତାହା ବିଷୟରେ ପରେ ଚିନ୍ତା କରିବେ । ତେବେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବ୍ୟତୀତ ୱିଟକଫ ମଧ୍ୟ ଇରାନ ସହିତ ଶାନ୍ତି ଆଲୋଚନାକୁ ନେଇ ବହୁତ ସକାରାତ୍ମକ ରହିଥିବା ନଜର ଆସିଛନ୍ତି।
ସେ କହିଛନ୍ତି ଯେ, ଇରାନକୁ ୧୫-ସୂତ୍ରୀ ଶାନ୍ତି ଯୋଜନା ପଠାଯାଇଛି। ଯେଉଁଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛିଯେ, ସେମାନେ ପୂର୍ବ ଭଳି ଭୁଲର ପୁନରାବୃତ୍ତି କରିବେ ନାହିଁ, କିମ୍ବା ପରିଣାମ ଭୋଗ କରିବେ ନାହିଁ। ରାଷ୍ଟ୍ରପତି ଟ୍ରମ୍ପ ଇରାନକୁ ମଧ୍ୟ ଚେତାବନୀ ଦେଇ ଉଲ୍ଲେଖ କରିଛନ୍ତିଯେ, ଆକ୍ରମଣରେ ୧୦ ଦିନର ବନ୍ଦ ଏକ ଯୁଦ୍ଧବିରତିର ଆରମ୍ଭ କି କେବଳ ଏକ ଅସ୍ଥାୟୀ ପ୍ରତିରୋଧ। ତାହା ଇରାନର ନିଷ୍ପତ୍ତି ଉପରେ ନିର୍ଭର କରେ | ଏନେଇ ରାଷ୍ଟ୍ରପତି ଟ୍ରମ୍ପ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ, ଆମେରିକା ସେନା ପକ୍ଷରୁ ଆସନ୍ତା ୬ ଏପ୍ରିଲ ୨୦୨୬ ରାତି ୮ ଟା ପର୍ଯ୍ୟନ୍ତ ଇରାନ ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ କରାଯିବ ନାହିଁ ।

