Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆହତ ଦନ୍ତାହାତୀ ର ଚିକିତ୍ସା ପାଇଁ ବନ ବିଭାଗର ଉଦ୍ୟମ ।

ବଲାଙ୍ଗୀର,୩୦/୦୩: ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଅଧୀନ ଜଙ୍ଗଲରେ ଗତ ଏକ ସପ୍ତାହରୁ ଅଧିକ ଦିନ ଧରି ଅସୁସ୍ଥ ଥିବା ଏକ ଦନ୍ତାହାତୀକୁ ଚିକିତ୍ସା କରିବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରୀ ରହିଛି । ଏନେଇ ଗତକାଲି ବଲାଙ୍ଗିର ଡିଏଫ୍ଓ ଅଜିତ୍ ବିଶିଙ୍କ ନେତୃତ୍ୱରେ ଡିଏଫ୍ଓ କଳାହାଣ୍ଡି , ବଲାଙ୍ଗୀର ଏସିଏଫ୍ ମାନସ ବେହେରା, ମୁରାରୀ ପ୍ରସାଦ ପଣ୍ଡା, ବିଭିଓ ମୁରିବାହାଲ, ବିଭିଓ ଖରୀଆର, ବିଭିଓ ସଇଁତଳା ସମେତ ରେପିଡ ରେସ୍ ପୋନ୍ସ ଟିମ୍ ଏବଂ ବଲାଙ୍ଗୀର, ଖରିଆର ଓ କଳାହାଣ୍ଡି ବନବିଭାଗ ସ୍କ୍ୱାର୍ଡ ଗତକାଲି ଆହତ ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଦିନ ତମାମ୍ ଉଦ୍ୟମ କରିଥିଲେ । ତେବେ ସଂନ୍ଧ୍ୟା ହେବା କାରଣରୁ ଆହତ ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ୍ କରାଯାଇ ପାରିନଥିବା ମୂରିବାହାଲ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରକାଶ ଥାଉକି ଆହତ ଦନ୍ତାହାତୀ କୌଣସି କାରଣରୁ ଗତ ଏକ ସପ୍ତାହରୁ ଅଧିକ ସମୟ ଧରି ଆହତ ଥିବା ବେଳେ ସଂପୃକ୍ତ ଦନ୍ତା ଠିକ୍ ଭାବେ ଖାଦ୍ୟ ପାନୀୟ ଖାଇବା ପିଇବାରେ ଅସୁବିଧା ଭୋଗୁଥିବା ନେଇ ମୁରିବାହାଲ ବନ ବିଭାଗ ଖବର ପାଇ ତାକୁ ଚିକିତ୍ସା ପାଇଁ ଏହି ଉଦ୍ୟାମ ଜାରୀ ରଖିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories