ଅଚଳ ଭଲି ପରିସ୍ଥିତିରେ ବାବେଜୁରୀ ହରଗୌରୀ ମନ୍ଦିର ପାଖରେ ଥିବ ନଳକୂପ ; ତୁରନ୍ତ ମରାମତି କରିବାକୁ ଦାବୀ
ବଲାଙ୍ଗୀର, ୩୦/୦୩ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ଗୁଡିଘାଟ ଗ୍ରାମ ପଞ୍ଚାୟତ ଅଧୀନ ବାବେଜୁରୀ ହରଗୌରୀ ଶିବ ମନ୍ଦିର ନିକଟରେ ଥିବା ନଳକୂପ ବର୍ତ୍ତମାନ ଅଚଳ ଭଲି ପରିସ୍ଥିତିରେ ପଡ଼ି ରହିଥିବା ଦେଖିବାକୁ ମିଳିଛି । ଉକ୍ତ ନଳକୂପରୁ ପାଣି ବାହାର କରିବାକୁ ହେଲେ ଗୋଟିଏ ବ୍ୟକ୍ତିକୁ ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ଥର ହ୍ୟାଣ୍ଡେଲ ଚଳାଇବାକୁ ପଡୁଛି । ଫଳରେ ଉକ୍ତ ନଳକୂପରୁ ପାଣି ପାଇବାକୁ ହେଲେ ଜଣେ ବ୍ୟକ୍ତିକୁ ସ୍ଵାଭାବିକ ଭାବେ ଅଧିକ ପରିଶ୍ରମ କରିବାକୁ ପଡୁଥିବା ନେଇ ମୁରିବାହାଲ ବିକାଶ ମଞ୍ଚର ସାଧାରଣ ସମ୍ପାଦକ ଥବୀର ସା ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉକି ପ୍ରତିଦିନ ଏହି ନଳକୂପ ଉପରେ ସମୃକ୍ତ ମନ୍ଦିରକୁ ପୂଜା କରିବାକୁ ଆସୁଥିବା ଶହଶହ ଭକ୍ତ ଏବଂ ପଥିକ ନିର୍ଭର କରିଥାନ୍ତି । ତେବେ ଆଗାମୀ ଦିନରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନଳକୂପକୁ ତୁରନ୍ତ ମରାମତି କରିବାକୁ ଦାବୀ ହୋଇଛି । ଏନେଇ ମୁରିବାହାଲ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ବିଶ୍ୱଜିତ୍ ଜେନାକୁ ଜଣାଇବାରୁ ସେ ତୁରନ୍ତ ଏହାର ମରାମତି କରାଯିବ ବୋଲି ପ୍ରକାଶ କରିଛନ୍ତି ।

