ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର! ଆତ୍ମହତ୍ୟା ନା ହତ୍ୟା? ଘଟଣାରେ ପୋଲିସର ତଦନ୍ତ
ନୂଆପଡା, ୩୦|୩: ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି | ଆତ୍ମହତ୍ୟା ନା ହତ୍ୟା ନେଇ ବଢିଛି ସନ୍ଦେହ | ସୂଚନା ଅନୁସାରେ, ନୂଆପଡା ମାତା ଗୁଡ଼ି ମନ୍ଦିର ନିକଟରେ ଥିବା ବେଲଗଛରେ ବିଜେଡି ନେତା ହରିଶ୍ଚନ୍ଦ୍ର ପଣ୍ଡାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତେବେ ଏହା ଆତ୍ମା ହତ୍ୟା ନା ତାଙ୍କୁ ହତ୍ୟା କରାଯାଇଛି ତାହାକୁ ନେଇ ସନ୍ଦେହ ବଢିଛି | ସେପଟେ ହରିଶ୍ଚନ୍ଦ୍ରଙ୍କ ପତ୍ନୀ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି ପରିବାରବର୍ଗ। ଗତକାଲି ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତହେଦକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।
ତେବେ ଏହା ଆତ୍ମହତ୍ୟା ନା ହତ୍ୟା? କଣ ରହିଛି ଏହା ପଛରେ ପ୍ରକୃତ କାରଣ ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଜଣାପଡିବ। ହରିଶ୍ଚନ୍ଦ୍ର ପଣ୍ଡା ଗତ ଉପନିର୍ବାଚନରେ ବିଜେଡିରେ ସାମିଲ ହୋଇଥିଲେ ।

