Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଋଷିକେଶରେ ପ୍ରେମିକା ସହ ବୁଲୁଥିଲେ, ପୋଲିସ ହାତରେ ଧରା ପଡିଲେ ଚୌଦ୍ବାର ଜେଲରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ରାଜା ସାହାଣୀ!

ଭୁବନେଶ୍ୱର, ୨|୪: ମହଙ୍ଗା ପଡିଲା ରୋମାନ୍ସ। ରିଷିକେଶରେ ପ୍ରେମିକାର ହାତ ଧରି ବୁଲୁଥିବା ବେଳେ ଧରାପଡିଲା ଚୌଦ୍ବାର ଜେଲରୁ ଫେରାର ହୋଇଥିବା ଅଭିଯୁକ୍ତ ରାଜା ସାହାଣୀ। ଛଦ୍ମ ବେଶ ସାଜି ନିଜ ପରିଚୟ ଗୋପନ ରଖି ନିଜ ପ୍ରେମିକା ସହ ବିଭିନ୍ନ ସହରରେ ବୁଲୁଥିଲା ରାଜା। କିନ୍ତୁ ଜେଲରୁ ଫେରାର ହେବା ପରଠାରୁ ସ୍ପେଶାଲ ୨୬ ଟିମ ରାଜା ଓ ମଧୁକାନ୍ତର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିଲା  । ବୃନ୍ଦାବନରେ ଲୁଚିରହିଥିବା ମଧୁକାନ୍ତକୁ ପ୍ରଥମେ ଗିରଫ କରିବା ପରେ ସାମ୍ନାକୁ ଆସିଥିଲା ଜେଲରୁ ଫେରାର ହେବାର ଯୋଜନା | ଆଉ ଏବେ ରାଜା ସାହାଣୀ ଗିରଫ ହେବା ପରେ ଜେଲରୁ ଚମ୍ପଟ ମାରିବାର କିଛି ନୂଆ ଗୁମର ମଧ୍ୟ ସାମ୍ନାକୁ ଆସିପାରେ ।

ଏହା ପୂର୍ବରୁ ରାଜା ସାହାଣୀଙ୍କ ଅନ୍ୟତମ ସହଯୋଗୀ   ମଧୁକାନ୍ତକୁ ବୃନ୍ଦାବନରୁ  ଗିରଫ କରାଯାଇଥିଲା। ସେଠାରେ ଏକ ଆଶ୍ରମରୁ ପୋଲିସ ତାକୁ ଗିରଫ କରିଥିଲା | ଉଲ୍ଲେଖଯୋଗ୍ୟ,ଏହାକୁ ମିଶାଇ ଚୌଦ୍ଵାର ଜେଲରୁ ଫେରାର ରହିଥିବା ଦୁଇ ଦୁର୍ଦ୍ଦାନ୍ତ ଅପରାଧୀକୁ ଧରିବାରେ ପୋଲିସ ସଫଳ ହୋଇଛି। ତେବେ ଅଭିଯୁକ୍ତ ଦୁଇଜଣ ଜେଲ୍ ଗ୍ରିଲ୍ କାଟି ପୂର୍ବରୁ ରହିଥିବା ପ୍ଲାନିଂ ଅନୁସାରେ ଯୋଜନାବଦ୍ଧ ଭାବରେ ଛୁ ହୋଇଥଲେ । ଦଶହରା ଭସାଣି ଦିନ ସକାଳୁ ରହିଥିବା ଯୋଜନା ଅନୁସାରେ ଜେଲରୁ ଫେରାର ହୋଇଥିଲେ  |

ଏହାସହିତ ଜେଲରୁ ଫେରାର ହେବା ପରେ ଅପରାଧୀ ରାଜା ସାହାଣୀ ଅନ୍ୟ ସାଥୀଙ୍କୁ ଧରି କର୍ଣ୍ଣାଟକ ଅଞ୍ଚଳରେ ଥିବା ଏକ ଗହଣା ସୋ ରୁମରେ ଡକାୟତି କରିଥିଲେ। ପାଖାପାଖି ୨୦ କୋଟି ଟଙ୍କାର ଗହଣା ଲୁଟ୍ କରିଥିଲା ଅଭିଯୁକ୍ତ । ଏଥିରେ   ମାଷ୍ଟରମାଇଣ୍ଡ  ଥିଲା ମୁଖ୍ୟ ଅଭିଯୁକ୍ତ ରାଜା ସାହାଣୀର। ତେବେ ଉକ୍ତ  ଡକାୟତି ମାମଲାରେ କର୍ଣ୍ଣାଟକ ପୋଲିସ କବଜାରେ କିଛି ଅପରାଧୀକୁ  ଧରିବାରେ ସଫଳ ହୋଇଥିବା  ସତ୍ତ୍ୱେ ମୁଖ୍ୟ ଅଭିଯୁକ୍ତ ରାଜା ସାହାଣୀ ଫେରାର ରହିଥିଲା। ରାଜା ସାହାଣୀକୁ ଗିରଫ କରିବା ପରେ ଏବେ ଓଡ଼ିଶାକୁ ଅଣାଯାଇଥିବା ଜଣାପଡ଼ିଛି । ଆସିବା ପରେ କର୍ଣ୍ଣାଟକ ପୋଲିସ ଓଡ଼ିଶା ଆସି ରାଜା ସାହାଣୀକୁ ଜେରା କରିବ ବୋଲି ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ