ବିବାଦରେ KIIT ପ୍ରମୁଖ: ପୁର୍ବ ଜନ୍ମର କୁକର୍ମ ର ଫଳ ହେଉଛି ଅଟିଜମ୍
ଭୁବନେଶ୍ୱର,୫।୪: ଓଡ଼ିଶାରେ ପୁଣିଥରେ ବିବାଦର ପାତ୍ର ସାଜିଛନ୍ତି KIIT ପ୍ରମୁଖ ଅଚ୍ୟୁତ ସାମନ୍ତ । World Autism Awareness Day ଅବସରରେ ତାଙ୍କର କିଛି ମତାମତକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଅଟିଜମ୍ ପ୍ରସଙ୍ଗରେ ଦିଆଯାଇଥିବା ତାଙ୍କର ମନ୍ତବ୍ୟକୁ ନେଇ ଅନେକ ଅସନ୍ତୋଷ ପ୍ରକାଶ କରିଥିବା ବେଳେ, ସୋସିଆଲ ମିଡିଆରେ ଏହା କୁ ନେଇ ଚର୍ଚ୍ଚା ତୀବ୍ର ହୋଇଛି। ବିଭିନ୍ନ ସମାଜସେବୀ ଓ ଅଭିଭାବକ ମାନେ ଏହି ମତକୁ ନିନ୍ଦା କରି ସଚେତନତା ଦିବସର ମୂଲ୍ୟକୁ କ୍ଷତି କରିଥିବା ଅଭିଯୋଗ କରିଛନ୍ତି।
ଏହି ଘଟଣାକୁ ନେଇ ରାଜନୈତିକ କ୍ଷେତ୍ରରେ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି। ବିପକ୍ଷ ଦଳମାନେ ଏବଂ ସରକାର, KIIT ପରିଚାଳନା ଉପରେ ପ୍ରଶ୍ନ ଉଠାଇଥିବା ବେଳେ, ଶାସକ ପକ୍ଷ ଏହାକୁ ଅନାବଶ୍ୟକ ବିବାଦ ବୋଲି କହିଛନ୍ତି। ଅନ୍ୟପଟେ, କିଛି ନେତା କହିଛନ୍ତି ଯେ, ଏହି ପ୍ରକାର ମତାମତ ସମାଜରେ ଭ୍ରାନ୍ତି ସୃଷ୍ଟି କରିପାରେ, ତେଣୁ ସାର୍ବଜନିକ ବ୍ୟକ୍ତିମାନେ ସତର୍କ ରହିବା ଆବଶ୍ୟକ।

