ପୋଖରି ରୁ ଉଦ୍ଧାର ହେଲା ବିରାଟକାୟ ଅଜଗର ା


ସୁବର୍ଣ୍ଣପୁର-ପାଣି ଭିତରୁ ବିରାଟ କାୟ ଅଜଗର ଉଦ୍ଧାର । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସୁଲେଇ ଗାଁର ଏକ ପୋଖରିରୁ ଏକ ଅଜଗରକୁ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପ ଲାଇନର କର୍ମକର୍ତ୍ତା । ନିର୍ଭିକ ଭାବରେ ପାଣିରେ ବୁଡି ଅଜରକୁ ଉଦ୍ଧାର କରିଥିବା ଜଣା ପଡିଛି । ଦାସିଆ ସ୍ନେକ ରେସକ୍ୟୁରେ କାମ କରୁଥିବା ପ୍ରସାନ୍ତ ନାମକ ଜଣେ ଯୁବକ ଏହି ଅଜଗରକୁ ଉଦ୍ଧାର କରିଛନ୍ତି । ଅଜଗର ପୋଖରିରେ ଥିବାରୁ ଲୋକେ ଗାଧୋଇଵାକୁ ଭୟ କରୁଥିଲେ । ଏନେଇ ସ୍ନେକ ରେସକ୍ୟୁ ଟିମକୁ ସୁଚନା ଦେଇଥିବାବେଳେ ଅଜଗରକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛଡା ଯାଇଥିବା ଜଣା ପଡିଛି ।