ଜଙ୍ଗଲ ବିଭାଗ ପରାମର୍ଶଦାତାଙ୍କ ବାଲିଗୁଡା ବନଖଣ୍ଡ ଗ୍ରସ୍ତ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ଓଡିଶା ସରକାରଙ୍କ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆମ ଜଙ୍ଗଲ ଯୋଜନାର ପରାମର୍ଶଦାତା ନାରାୟଣ ପଟ୍ଟନାୟକ ଦୁଇ ଦିନିଆ ବାଲିଗୁଡା ବନଖଣ୍ଡ ଗ୍ରସ୍ତ କରି ଫେରିଛନ୍ତି l ସେ ବାଲିଗୁଡାରେ ପହଞ୍ଚିବା ପରେ ବାଲିଗୁଡା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା, ସହଯୋଗୀ ସଂସ୍ଥା ବନବାସୀ ସେବା ସମିତିର ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା, ଆମ ଜଙ୍ଗଲ ଯୋଜନା କାର୍ଯ୍ୟକ୍ରମର ସଂଯୋଜକ ପ୍ରଶାନ୍ତ କୁମାର ନାୟକ ଓ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହି ପରାମର୍ଶ ଦାତା ଶ୍ରୀ ପଟ୍ଟନାୟକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ l ଏଠାରେ ଏକ ସଭାରେ ଦେବା ପରେ ତୁମୁଡିବନ୍ଧ ବନାଞ୍ଚଳର ସ୍ରାମ୍ବୁଲି ବନ ସୁରକ୍ଷା ସମିତିର ନବ ନିର୍ମିତ ସମିତି ସଭାଗୃହକୁ ପରାମର୍ଶଦାତା ଶ୍ରୀ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିକାରୀ ସମେତ ବିଜୟ ରାମ ସେନାପତି,ବନବାସୀ ସେବା ସମିତିର ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା, ତୁମୁଡିବନ୍ଧ ବନାଞ୍ଚଳ ଅଧିକାରୀ ଲଳିତ ମୋହନ ନାୟକ, ବନପାଳ ଜ୍ୟୋତି ରାଜ ମଳିକ, ଭିଏସଏସ ର ସଭାପତି ସମ୍ପାଦକ,ଆନିମେଟର, ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ l ଏଥିରେ ଆମ ଜଙ୍ଗଲ ଯୋଜନା ସମ୍ପର୍କ ଓ ଗ୍ରାମର ସାମୁହିକ ବିକାଶ ଉପରେ ଆଲୋଚନା କରାଯାଇଥିଲା l ଏହାପରେ କୋଟଗଡ଼ ବନାଞ୍ଚଳ, ଗଗମାହା ବନସୁରକ୍ଷା ସମିତିକୁ ଗ୍ରସ୍ତ କରିଥିଲେ l ଏଥିରେ କୋଟଗଡ଼ ବନାଞ୍ଚଳ ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା ,ଭିଏସଏସ ସଭ୍ୟ ସମ୍ପାଦକ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି ସ୍ୱାଗତ କରିଥିଲେ l ଶ୍ରୀ ପଟ୍ଟନାୟକ ଆଲୋଚନା ପରିପେକ୍ଷୀରେ ସରକାରଙ୍କ ବିଭିନ୍ନ ଯୋଜନା ଓ ଲୋକଙ୍କ ଜବନଜୀବିକା ଉପରେ ସମ୍ୟକ ଆଲୋଚନା କରିଥିଲେ l ଶେଷରେ ସେ ବାଲିଗୁଡା ବନବାସୀ ସେବା ସମିତି ପରିଦର୍ଶନ କରି ଫେରିଥିଲେ l ଏହି ଦୁଇ ଦିନିଆ ଗ୍ରସ୍ତ କାର୍ଯ୍ୟକ୍ରମରେ ଆଲୋକ ଦିଗାଳ, ରଂଜିତ କୁମାର ପଣ୍ଡା, ଗୌତମ ମଳିକଙ୍କ ସହ ସମସ୍ତ ବନ ବିଭାଗ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l