Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଟଗଡ ଥାନାରେ ଆମ ପୁଲିସ ସମିତି ବୈଠକ

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ସ୍ଥିତ ଥାନାରେ ଆମ ପୁଲିସ ସମିତି ବୈଠକ ଥାନା ଅଧିକାରୀ ଓମ ନାରାୟଣ ପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ପୁଲିସ ସହ ଜନସାଧାରଣ ଙ୍କ ସୁସମ୍ପର୍କ ସ୍ଥାପନ କରିବା, ଡ୍ରାଇଭିଂ ଲାଇସେନ୍ସ, ରାସ୍ତାଘାଟ ଉପରେ ବ୍ୟବସାୟିକ ପ୍ରତିଷ୍ଠାନ ବସାଇ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ବ୍ୟକ୍ତିବିଶେଷ ଉପରେ କାର୍ଯ୍ୟାନୁଷ୍ଠାନ ପରି ଏକାଧିକ ସାମୁହିକ ସ୍ୱାର୍ଥ ଉପରେ ଆଲୋଚନା କରାଯାଇଥିଲା। ଏଥିରେ କୋଟଗଡ ବ୍ଲକର ସାଂସଦ ପ୍ରତିନିଧି ମନୋଜ କୁମାର ସାବତ, ଭାଗବତ ମାଝୀ, ଲାଲୁ ନାୟକ, ସନାତନ ଦଳପତି, ଶିବ ମଲିକ ଙ୍କ ସମେତ ଥାନା କର୍ମଚାରୀ ଓ ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ