ଆଜିଠୁ ଆରମ୍ଭ ଯୁକ୍ତ୨ ପାଇଁ ନାମଲେଖା ଆବେଦନ


ଭୁବନେଶ୍ବର: ଆଜିଠୁ ଆରମ୍ଭ ଯୁକ୍ତ୨ ପ୍ରଥମ ବର୍ଷ ପାଇଁ ନାମଲେଖା ଆବେଦନ । ଦିନ ୧୧ଟାରେ www.samsodisha.gov.in ରେ କମନ୍‌ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ । ଆଜିଠୁ ଜୁନ୍ ୨୦ତାରିଖ ଯାଏ ଛାତ୍ରଛାତ୍ରୀମାନେ ନାମ ପଞ୍ଜୀକରଣ କରିପାରିବେ । ଜୁନ୍ ୨୮ ତାରିଖ ପ୍ରଥମ ମେରଟ ଲିଷ୍ଟ ତାଲିକା ପ୍ରକାଶ ପାଇବ । ଜୁନ୍ ୨୯ରୁ ଜୁଲାଇ ୫ ତାରିଖ ମଧ୍ୟରେ ନାମଲେଖା ହେବ । ଏଥର ଅନଲାଇନ୍‌ରେ ହେବ ନାମଲେଖା।

ତେବେ ଜୁଲାଇ ୧୩ରେ ଦ୍ବିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ସ୍ପଟ୍‌ ନାମଲେଖା ପାଇଁ ଜୁଲାଇ ୧୯ରୁ ୨୧ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଚଏସ୍‌ ଲକିଂ କରିପାରିବେ । ଜୁଲାଇ ୨୬ରେ ସ୍ପଟ୍‌ ‌ସିଲେକ୍ସନ ତାଲିକା ପ୍ରକାଶ ପାଇବ । ଜୁଲାଇ ୨୬ ଓ ୨୭ରେ ଲେଖାଇବେ ଛାତ୍ରଛାତ୍ରୀ। ଜୁଲାଇ ୨୯ରୁ ଆରମ୍ଭ ହେବ ପାଠପଢା। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ତେବେ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ଆବେଦନ ଫି ୨୦୦ ଟଙ୍କା ଥିବା ବେଳେ ଅନ୍ୟମାନଙ୍କ ପାଇଁ ୧୦୦ ଟଙ୍କା ରଖାଯାଇଛି ।