ଭିନ୍ନକ୍ଷମ ନାବାଳିକା ଝିଆରୀଙ୍କୁ ଦୁଷ୍କର୍ମ କରିଥିଲା ବଡବାପା! ଅଭିଯୁକ୍ତକୁ ଗିରଫ କଲା ପୋଲିସ
ସମ୍ବଲପୁର, ୨୧ |୪: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଥାନା ଅଞ୍ଚଳର ବହୁଚର୍ଚ୍ଚିତ ମୂକ ବଧିର,ମାନସିକ ଭିନ୍ନକ୍ଷମ ନାବାଳିକାଦୁଷ୍କର୍ମଘଟଣାର ଅଭିଯୁକ୍ତକୁ ଗୋବିନ୍ଦପୁର ପୁଲିସ ତାଙ୍କ ଘରୁ ଗିରଫ କରିଛି । ପୋଲିସ ତଦନ୍ତରୁ ଜଣାପଡିଛିଯେ ଅଭିଯୁକ୍ତ ଜଣକ ହେଉଛନ୍ତି ପୀଡ଼ିତାଙ୍କର ନିଜର ବଡ଼ବାପା। ଏହା ଅଭିଯୁକ୍ତ ନିଜେ ବି ପୁଲିସ ଆଗରେ ନିଜର ଦୋଷ ସ୍ୱୀକାର କରିଥିବା ପୋଲିସ ସୂଚନାରୁ ଜଣାପଡିଛି ।
ସୂଚନାଯୋଗ୍ୟ, କିଛି ଦିନ ତଳେ ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ସମେତ ମୋଟ ୭ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱର ସ୍ଥିତ ଏକ ଲ୍ୟାବକୁ ପଠାଯାଇଥିଲା। ସେଥିରୁ ପ୍ରମାଣ ମିଳିବା ପରେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ଜଣାପଡିଛି । ଏହା ପରେ ଅଭିଯୁକ୍ତକୁ ପୁଲିସ କୋର୍ଟ ଚାଲାଣ କରିବ।

