Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନମୋହନଙ୍କ ବିସ୍ଫୋରକ ବୟାନ; କହିଲେ ସବୁ ବିଜେଡି ବିଧାୟକ ତାଙ୍କ କଣ୍ଟାକ୍ଟରେ ଅଛନ୍ତି, କେହି ସନ୍ତୁଷ୍ଟ ନାହାନ୍ତି

ଭୁବନେଶ୍ବର: ସବୁ ବିଜେଡି ବିଧାୟକଙ୍କ ସହ ଯୋଗାଯୋଗ ଅଛି। ସମସ୍ତେ ତାଙ୍କ କଣ୍ଟାକ୍ଟରେ ଅଛନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଗଞ୍ଜାମ ଗସ୍ତରେ ଯାଇଥିବା ବେଳେ ମନମୋହନଙ୍କ ଏହି ଚାଞ୍ଚଲ୍ୟକର ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବିଜେଡିର ୧୧୭ ବିଧାୟକ ତାଙ୍କ କଣ୍ଟାକ୍ଟରେ ଥିବା ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ମନମୋହନ ସାମଲ ।

ବିଜେଡିରୁ ନିଲମ୍ବିତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିବା ନେଇ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତରରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେପି ସଭାପତି। ତେବେ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି। ସେ କହିଥିଲେ ଯେ, କେବଳ ଗୋପାଳପୁର ବିଧାୟକ ନୁହେଁ, ସମସ୍ତ ବିଧାୟକଙ୍କ ସହ ସେ ଯୋଗାଯୋଗରେ ଅଛନ୍ତି। ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି । ଏଥର ବିଜେଡି ମୁକ୍ତ ହେବ ରାଜ୍ୟ।