Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜେଲରଙ୍କୁ ଚକମା ଦେଇ କଳାହାଣ୍ଡି ଜିଲ୍ଲା କାରାଗାରରୁ କଏଦୀ ଫେରାର!

କଳାହାଣ୍ଡି, ୨୨।୪ : କଳାହାଣ୍ଡି ଜିଲ୍ଲା କାରାଗାରରୁ ଜଣେ ବିଚାରଧିନ କଏଦୀ ଚମ୍ପଟ୍ ହୋଇ ଯାଇଛି। ଫେରାର ହୋଇଥିବା କଏଦୀ ଜଣକ ହେଲେ ସଦର ଥାନା ଅନ୍ତର୍ଗତ ଠେମରା ଗାଁର ଜଗନ୍ନାଥ ଶବର। ସେ ସଦର ଥାନା ଅଞ୍ଚଳର ୩ଟି ଚୋରି ମାମଲାରେ ଗତ ଫେବ୍ରୁଆରୀ ୧୪ ତାରିଖରୁ ସେ ବିଚାରଧିନ କଏଦୀ ଭାବରେ ସ୍ଥାନୀୟ ଜିଲା କାରାଗାରରେ ଜୀବନ କାଟୁଥିଲେ । ତେବେ କାଲି ରାତି ରାତି ୧୨ଟା ୫୬ ମିନିଟରେ ଜେଲ ପାଚେରୀ ଡେଇଁ କଏଦୀ ଜଣକ ଫେରାର ହୋଇଥିବା ଜଣାପଡିଛି। ଘଟଣାରେ ଟାଉନ୍ ଥାନା ପୁଲିସ ତଦନ୍ତ ଜାରି ରଖିଛି। ଏହି ଘଟଣାର ସ୍ପଷ୍ଟ କାରଣ ଜାଣିବା ପାଇଁ ସନ୍ଧ୍ୟାରେ ଡିଜି ଜିଲ୍ଲା କାରାଗାର ରେ ପହଞ୍ଚିବେ ବୋଲି ଜେଲ୍ ଅଧୀକ୍ଷକ ସରୋଜ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୨୫ ଏପ୍ରିଲ ୭ ତାରିଖ ଦିନ ଏହି ଜିଲ୍ଲା କାରାଗାର ପାଚେରୀ ଡେଇଁ ଦୁଇ ଜଣ ବିଚାରାଧୀନ କଏଦୀ ଚମ୍ପଟ ମାରିଥିଲେ। ସିକନ୍ଦର ଜାଲ ଏବଂ ନୀଳମଣି ବିଭାର ନାମକ ୨ ଜଣ ଯାକ ପୋସ୍କୋ କେସ ରେ ବିଚାରାଧୀନ କଏଦୀ ଭାବେ ସ୍ଥାନୀୟ ଜିଲା କାରାଗାରରେ ରହିଥିଲେ। ତେବେ ଫେରାର ହେବାର ପରଦିନ ହିଁ ପୁଲିସ ସିକନ୍ଦରକୁ ତା ନିଜ ଗାଁ କାସିବାହାଲରୁ ଗିରଫ କରିଥିଲା। ଅନ୍ୟପଟେ, ଆଉ ଜଣେ ଫେରାର କଏଦୀ ନୂଆପଡ଼ା ଜିଲ୍ଲା ଲଖନା ବାସିନ୍ଦା ନୀଳମଣି ବିଭାରର ଏଯାଏଁ ପତ୍ତା ମିଳିନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ