ପ୍ରକାଶ ପାଇଲା ICSE, ISEର ଦଶମ ଏବଂ ଦ୍ୱାଦଶ ରେଜଲ୍ଟ
ଭୁବନେଶ୍ୱର,୩୦।୪ : ପ୍ରକାଶ ପାଇଲା ଆଇସିଏସଇ ଓ ଆଇଏସସିର ଦଶମ ଓ ଦ୍ୱାଦଶ ପରୀକ୍ଷାଫଳ । cisce.org ଓ results.cise.orgରେ ରେଜଲ୍ଟ ଉପଲବ୍ଧ ରହିଛି। ଆଜି ସକାଳ ୧୧:୦୦ ଟାରେ ଆଇସିଏସସି ଏବଂ ଆଇଏସସି ଶ୍ରେଣୀ ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ଫଳାଫଳ ପ୍ରକାଶିତ ହୋଇଛି। ଛାତ୍ରଛାତ୍ରୀମାନେ ସରକାରୀ ୱେବସାଇଟରେ ସେମାନଙ୍କର ରେଜଲ୍ଟ ଦେଖିପାରିବେ।
ସୂଚନା ଅନୁସାରେ, ଓଶିନ ଅଗ୍ରୱାଲ ଏବଂ ୱଜେନାବ ଫାତିମା ଆଇଏସସି ଶ୍ରେଣୀ ୧୨ ପରୀକ୍ଷାରେ ଟପ୍ପର ହୋଇଛନ୍ତି। ଉଭୟ ଦ୍ୱାଦଶ ଶ୍ରେଣୀରେ ୯୯.୭୫ ପ୍ରତିଶତ ନମ୍ବର ରଖିଛନ୍ତି। ଅନ୍ୟପଟେ, ଦଶମ ଶ୍ରେଣୀରେ, ସିଏମଏସର ସମର୍ଥ ୯୯.୨୦ ପ୍ରତିଶତ ନମ୍ବର ରଖିଛନ୍ତି ଏବଂ ଆରଏଲବିର ୧୦ ଶ୍ରେଣୀ ଛାତ୍ରୀ ଆୟୁଷୀ ୯୮.୨ ପ୍ରତିଶତ ନମ୍ବର ରଖିଛନ୍ତି।

