Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚକ ଜମି ହୋଇପାରିବ ବିକ୍ରି ଓ ଜମି ପଟ୍ଟା ସଂଶୋଧନ କରିପାରିବେ ଜମି ମାଲିକ

ଭୁବନେଶ୍ବର: ଆଜି ୫ମ ପାଳିରେ ୪ର୍ଥ ବର୍ଷ ପୂରଣ କରିଛନ୍ତି ରାଜ୍ୟ ସରକାର। ଏହି ଅବସରରେ ରାଜ୍ୟବାସୀଙ୍କୁ ୧୮ଟି ପ୍ରସ୍ତାବ ଉପରେ ମୋହର ମାରି ଭେଟି ଦେଇଛନ୍ତି ରାଜ୍ୟ ସରକାର। ଏହି ପ୍ରସ୍ତାବ ମଧ୍ୟରେ ଚକ ଜମି ବିକ୍ରି ତଥା ବିଭାଜନ ଉପରେ ଏକ ପ୍ରସ୍ତାବ ପାରିତ ହୋଇଛି । ଏଣିକି ହୋଇପାରିବ ଚକ ଜମି ବିକ୍ରି ଓ ବିଭାଜନ। ଜମି ପଟ୍ଟାଗୁଡ଼ିକର ସଂଶୋଧନ ମଧ୍ୟ ହୋଇପାରିବ । ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମର ଚାପ୍ଟର-୫ର ଧାରା ୩୪ ଏବଂ ୩୫ର ଉଚ୍ଛେଦ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ରାଜ୍ୟ କ୍ୟାବିନେଟ୍ ।

ଏହି ସଂଶୋଧନ ଦ୍ୱାରା ଜମି ମାଲିକମାନେ ସେମାନଙ୍କ ଚକ ଜମି ବିଭାଜନ କରିପାରିବେ । ଜମି ପଟ୍ଟାଗୁଡ଼ିକର ସଂଶୋଧନ ମଧ୍ୟ ହୋଇପାରିବ । ଏହା ଦ୍ୱାରା ରେଜିଷ୍ଟ୍ରି ଶୁଳ୍କ ଓ ଅନ୍ୟାନ୍ୟ ରାଜସ୍ୱ ଶୁଳ୍କର ଆଦାୟ ମଧ୍ୟ ବୃଦ୍ଧି ପାଇବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ