Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଡାକ୍ତର ଜନାର୍ଦନ ପୂଜାରୀ ସ୍ମାରକୀ ବକ୍ତୃତା

ସମ୍ବଲପୁର: ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତରଫରୁ ଡ, ନାରାୟଣୀ ପଣ୍ଡା ପ୍ରେକ୍ଷାଳୟରେ ଡାକ୍ତର ଜନାର୍ଦ୍ଦନ ପୂଜାରୀ ସ୍ମାରକୀ ବକ୍ତୃତା ଅନୁଷ୍ଠିତ ହୋଇଥିଲା।ଡାକ୍ତର ପୂଜାରୀ ଙ୍କ ଫଟୋ ଚିତ୍ର ଉପରେ ମାଲ୍ୟର୍ପଣ ପରେ ଅନୁଷ୍ଠାନ ର ଅଧ୍ୟକ୍ଷ ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ,ଆଜିର ମୁଖ୍ୟବକ୍ତା ପ୍ରୋ. ଜେନା ଙ୍କୁ ସ୍ୱାଗତ କରିବା ସହ ପରିଚିତ କରେଇଥିଲେ।ଆରମ୍ଭରୁ ଯୁଗ୍ମସମ୍ପାଦକ ରାଜେନ୍ଦ୍ର କୁମାର ପଣ୍ଡା ଡାକ୍ତର ଜନାର୍ଦନ ପୂଜାରୀ ଙ୍କ ବହୁମୁଖୀ ପ୍ରତିଭା ଓ ସଂଗ୍ରାମପୁର୍ଣ ଜୀବନୀ ଉପରେ ସମ୍ୟକ ଆଲୋକପାତ କରି ତାଙ୍କୁ ଜଣେ ଯୁଗଜନ୍ମା ପୁରୁଷ ଭାବେ ବର୍ଣ୍ଣନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୁଖ୍ୟବକ୍ତା ଇନଷ୍ଟିଚ୍ୟୁଟ ଅଫ ମେନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି ନାଗପୁର ର ପ୍ରଫେସର ଡ଼. ରବିନ୍ଦ୍ର କୁମାର ଜେନା.ଆଜିର ବିଷୟବସ୍ତୁ “ସମାଜ ର ଉନ୍ନତି ରେ ବୁଦ୍ଧିମତା କିପରି ଖଣ୍ଡା ଭଳି ବିକାଶ ଓ ବିନାଶ କରୁଛି ସେ ବିଷୟ ରେ ବ୍ୟାପକ ଆଲୋଚନା ସହ ବୁଦ୍ଧିମତା ର ଉତ୍ପତ୍ତି, ଆବଶ୍ୟକତା ଓ ସମାଜ ରେ ଏହାର ସଠିକ ବ୍ୟବହାର ସହ ଶିକ୍ଷା, ସ୍ୱାସ୍ଥ୍ୟ,ନିଯୁକ୍ତି, ବେଙ୍କ,ଚାର୍ଟ ଜିପିଟି ରେ ସୂଚନା ପ୍ରଦାନ ପରି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ରେ ଏହା କିପରି ସଫଳତା ସହ କାର୍ଯ୍ୟ କରୁଛି ତାର ଉପରେ ଏକ ସାର ଗର୍ଭକ ଓ ତଥ୍ୟ ତଥ୍ୟମୂଳକ ଭାଷଣ ପ୍ରଦାନ ସହ ବୁଦ୍ଧିମତା ର ଉପଯୁକ୍ତ ବ୍ୟବହାର ନ ହେଲେ ଏହା ରାକ୍ଷସ ଭଳି ନିଜ ସୃଷ୍ଟିକର୍ତ୍ତା ଙ୍କ ପ୍ରତି ବିପଦ ହୋଇପାରେ ବୋଲି ଚେତେଇ ଦେଇଥିଲେ।।ଶେଷରେ ସଭ୍ୟ ସମ୍ପାଦକ ରଘୁନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ସଭାରେ ସହର ର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି ନିଜର ସନ୍ଦେହ ମୋଚନ କରିବା ସହ ଏହି ଅବସରରେ ଡାକ୍ତର ପୂଜାରୀ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ