ଚିନ୍ତା ବଢ଼ାଇଲାଣି ହୀରାକୁଦ ନଦୀବନ୍ଧ
ସମ୍ବଲପୁର:ବର୍ତ୍ତମାନ ହୀରାକୁଦରେ ଜଳସ୍ତର ଧୀରେ ହ୍ରାସ ପାଉଛି। ସମସ୍ତ ଗେଟ୍ ବନ୍ଦ ଥାଇବି ସଞ୍ଚୟ କ୍ଷମତାର ପ୍ରାୟ ୨୫% ଜଳ ଉପଲବ୍ଧ ଅଛି।ଏହା ବାହାରେ କେଉଁ ପରିମାଣରେ କେଉଁଠି ଜଳର ବ୍ୟବହାର ହେଉଛି ଏହାର ହିସାବ ଦେଖିଲେ ବାଷ୍ପୀୟ ସଙ୍କଟ ପରିମାଣ ହିସାବ ଚେତା ହଜାଇ ଦେଇଛି।
ସାବିତ୍ରୀ ଅମାବାସ୍ୟା ଅର୍ଥାତ ଶନିବାର ସକାଳ ୮ଟା ସମୟର ୨୪ ଘଣ୍ଟିଆ ସଦ୍ୟତମ ରିପୋର୍ଟ ନିଦ ହଜାଇଦେବାଭଳି ତଥ୍ୟ ସାମ୍ନାକୁ ଆସିଛି।
ହୀରାକୁଦ ନଦୀବନ୍ଧ ଦୈନିକ ଜଳସ୍ଥିତି ମେ ୧୬ ଅନୁଯାୟୀ ବର୍ତ୍ତମାନ ଜଳସ୍ତର: ୬୦୫.୮୫ ଫୁଟରେ ରହିଥାଲା। ଯାହାକି
ଗତ ଶୁକ୍ରବାର ତୁଳନାରେ ୫.୪୪ଫୁଟ କମରହିଛି।ଗତ ବର୍ଷ ଏହି ଦିନ ୬୦୬.୮୫ ଫୁଟ ରହିଥିଲା। ଅର୍ଥାତ
ବର୍ଷେ ତଳେ ୧ ଫୁଟ ଅଧିକ ରହିଥିଲା।
ଏହି ନଦୀବନ୍ଧରେ ସଞ୍ଚିତ ଜଳ ପରିମାଣ ବର୍ତ୍ତମାନ ୧.୦୦ ମିଲିୟନ ଏକର ଫୁଟ (ପ୍ରାୟ ୨୫%)ରେ ରହିଛି।ଅର୍ଥାତ ଜଳଭଣ୍ଡାରରେ ବର୍ତ୍ତମାନ ମୋଟ କ୍ଷମତାର ଚତୁର୍ଥାଂଶ ଜଳ ଅଛି। ତେବେ ମୋଟ ୯୮ଟି ଗେଟ୍ ମଧ୍ୟରୁ କୌଣସି ଗୋଟିଏ ମଧ୍ୟ ଖୋଲା ନାହିଁ।ଏଭଳି ପରିସ୍ଥିତିରେ ଜଳର ପ୍ରବାହ ଓ ନିଷ୍କାସନ ଆକଳନ କଲେ ନଦୀବନ୍ଧକୁ ୧୬ ତାରିଖ ୨,୭୯୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୭, ୮୯୭ କ୍ୟୁସେକ ଜଳ ନିଷ୍କାସିତ ହେଉଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି।ଏଥିରୁ ବିଦ୍ୟୁତ ଉତ୍ପାଦନ ପାଇଁ ୫,୪୩୫କ୍ୟୁସେକଜଳସେଚନ ପାଇଁ ୧,୩୨୩କ୍ୟୁସେକ,ଶିଳ୍ପ ଓ ପାନୀୟ ଜଳ ପାଇଁ ୨୬୫ କ୍ୟୁସେକ ଜଳ ଦିଆଯାଉଥିବା ହିସାବ ଦିଆଯାଇଛି। ତେବେ ଶିଳ୍ପ ଓ ପାନୀୟ ଜଳ ପାଇଁ କେତେ କେତେ ପରିମାଣରେ ଜଳ ଦିଆଯାଉଛି ତାହାର ସଠିକ ତଥ୍ୟ ମିଳି ପାରିନି। ତେବେ ସବୁଠୁ ବଡ଼ ଚିନ୍ତାର କାରଣ ହୋଇଛି ଏହି ନଦୀବନ୍ଧରୁ ୮୭୪ କ୍ୟୁସେକ ଜଳ ବାଷ୍ପୀଭବନ କ୍ଷୟ ହେଉଛି।
ତେବେ ବିଦ୍ୟୁତ ଉତ୍ପାଦନ ପାଇଁ
ମୋଟ ଉତ୍ପାଦନ ୫୯.୪୧୬ ମେଗାୱାଟ୍ରୁ
ବୁର୍ଲା ପାୱାର ହାଉସ ରୁ ୩୪.୯୫୮ଓ
ଚିପିଳିମା ପାୱାର ହାଉସ ରୁ ୨୪.୪୫୮ ମେଗାୱାଟ ଉତ୍ପାଦନ ହେଉଛି।
ଚଳିତ ଜଳବର୍ଷର ସମୁଦାୟ ଉତ୍ପାଦନ
୧୧୨୬. ୪୬୫ମିଲିୟନ ୟୁନିଟ୍ ହୋଇଥିବା ବେଳେ ନିର୍ଦ୍ଧାରିତ ଲକ୍ଷ୍ୟ ରହିଛି ୧୧୭୪ ମେଗା ୟୁନିଟ।ଶନିବାରର ଏହି ସଦ୍ୟ ଜଳ ଆକଳନ ଦେଖିଲେ ଯଦି ଏଭଳି ଅବସ୍ଥା ଜାରିରୁହେ ତେବେ ଆଗାମୀ ଦିନରେ କେଉଁ ସଙ୍କଟ ମୟ ପରିସ୍ଥିତି ଉପୁଜିବ ତାହା ସହଜରେ ଅନୁମେୟ। ତଥାପି ଏଥିପ୍ରତି କାହାର ଚିନ୍ତା ନାହିଁ, ଏହାହିଁ ଆଗକୁ ବିପଦର କାରଣ ହେବ ଏଥିରେ କୌଣସି ସନ୍ଧେହ ନାହିଁ।

