ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର -୨୦୨୬,ଫାଷ୍ଟ୍ ଫୁଡ୍ କୁ ନା
ସମ୍ବଲପୁର: ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାର ଆନୁକୂଲ୍ୟରେ ଆୟୋଜିତ ‘ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି’ ଶିବିରର ପଞ୍ଚମ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୨୩ ଟି ବିଦ୍ୟାଳୟର ୪୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ପ୍ରାର୍ଥନାସଭା ପରେ ସ୍ୱଳ୍ପ ସମୟ ପାଇଁ ଅବସରପ୍ରାପ୍ତ ଭାଷା ଶିକ୍ଷକ
ପଦ୍ମନାଭ ମହାକୁଡ଼ ‘ନିର୍ଭୁଲ ଓ ଶୁଦ୍ଧ ଇଂଲିଶ୍ ଉଚ୍ଚାରଣ’ ସମ୍ପର୍କରେ ଶିକ୍ଷା ଦେଇଥିଲେ।
ଏହାପରେ ଡାଇଟ୍ ର ପ୍ରାକ୍ତନ ଅଧ୍ୟକ୍ଷ
ଶ୍ରୀ ଶିବ ଶଙ୍କର ଷଡ଼ଙ୍ଗୀ ଜୀବନ-କୌଶଳ ଶିକ୍ଷା ଅନ୍ତର୍ଗତ ‘ଯୋଗାଯୋଗ କୌଶଳ’ ସମ୍ପର୍କରେ ଆଲୋଚନା କରିଥିଲେ l ଦୈନନ୍ଦିନ ଜୀବନର ବିଭିନ୍ନ ଉଦାହରଣ ତଥା ଛୋଟ ଛୋଟ ଭିଡ଼ିଓ ଦେଖାଇ ଯୋଗାଯୋଗ କୌଶଳ ମାଧ୍ୟମରେ ସମସ୍ତ ଜୀବନ କୌଶଳ ଶିଖିବା ସମ୍ଭବ ବୋଲି ବୁଝାଇ ଥିଲେ l
ଦ୍ଵିତୀୟ ଅଧିବେଶନରେ ‘ଫାଷ୍ଟ୍ ଫୁଡ୍ କୁ ନା’ ବିଷୟକୁ ବିଶ୍ଲେଷଣାତ୍ମକ ଭାବରେ ଅଧ୍ୟାପିକା ଡକ୍ଟର୍ ଅଭିପ୍ସା ମହାପାତ୍ର ଆଲୋଚନା କରିଥିଲେ l ଫାଷ୍ଟ୍ ଫୁଡ୍ ଆମ ଶରୀର ଉପରେ କିପରି
କୁପ୍ରଭାବ ପକାଇଥାଏ ସେ ସମ୍ପର୍କରେ ପିଲାଙ୍କୁ ବୁଝାଇ ଥିଲେ l
ଆଇଆଇଏମ ସମ୍ବଲପୁରର ନିର୍ଦେଶକ ଡକ୍ଟର୍ ମହାଦେଓ ଜୟଶ୍ୱାଲ କାର୍ଯ୍ୟକ୍ରମରେ ଉପସ୍ଥିତ ରହି,୨୦୨୬ ମସିହାର ମ୍ୟାଟ୍ରିକ ପରୀକ୍ଷlରେ ସମ୍ବଲପୁର ଜିଲ୍ଲାର ସର୍ବୋଚ୍ଚ ସ୍ଥାନ ହାସଲ କରିଥିବା ଶିକ୍ଷାର୍ଥୀ ବିଶ୍ୱ ପ୍ରସାଦ ବଳ, ତାଙ୍କ ଅଭିଭାବକ ତଥା ବିଦ୍ୟାଳୟରପ୍ରଧାନ-ଆଚାର୍ଯ୍ୟଙ୍କୁ ଲାଇବ୍ରେରୀ ତରଫରୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ l ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଶ୍ଚିମ ଓଡ଼ିଶାର ଗାନ୍ଧୀ ନୃସିଂହ ଗୁରୁଙ୍କ ବର୍ଷବ୍ୟାପୀ ୧୨୫ତମ ଜନ୍ମ ଶତବlର୍ଷିକୀ ପାଳନ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଅନୁଷ୍ଠିତ ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ବରିଷ୍ଠ ସ୍ମୃତି କମିଟିର ସଂପାଦକ ବରିଷ୍ଠ ସାମ୍ବାଦିକ ହେମନ୍ତ ମହାପାତ୍ରଙ୍କ ଦ୍ୱାରା ପ୍ରଦତ୍ତ ସାର୍ଟିଫିକେଟ ସହ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା l
ଏହି ଅବସରରେ ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାରର ସଭାପତି ପ୍ରଫେସର ଡକ୍ଟର ଆଦିତ୍ୟ ପ୍ରସାଦ ପlଢୀ, ସଭ୍ୟ-ସଂପାଦକ ରଘୁନାଥ ମିଶ୍ର, ବରିଷ୍ଠ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା ଓ ହେମନ୍ତ ମହାପାତ୍ରଙ୍କ ସହ ଅନେକ ସଭ୍ୟସଭ୍ୟା ଉପସ୍ଥିତ ରହି ଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ।
ସଂଯୋଜକ ଶିବ ଶଙ୍କର ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଡ଼. ଗିରିଧାରୀ ହୋତା, ଉଦିତ ଚନ୍ଦ୍ର ପଟ୍ଟଯୋଶୀ,ହରି ନାରାୟଣ ପଣ୍ଡା ଓ ରାଜେନ୍ଦ୍ର କୁମାର ପଣ୍ଡା,ପୃଥ୍ୱୀରାଜ ମିଶ୍ର ତଥା ଗ୍ରନ୍ଥାଗାରର ସହକାରୀ ବିଜୟ କୁମାର ସାହୁ ଓ ଭୁବନ କୁମୁରା ଏଥିରେ ସହଯୋଗ କରିଥିଲେ l

