ମାନେଶ୍ୱରରେ ଉଚ୍ଚ ଶିକ୍ଷାମନ୍ତ୍ରୀ: ଶୁଣିଲେ ଜନ ଅଭିଯୋଗ

ମାନେଶ୍ୱର:ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ମାନେଶ୍ଵର ପଞ୍ଚାୟତ ସମିତିରେ ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀ ତଥା ରେଢାଖୋଲ ବିଧାୟକ ଇଂ ରୋହିତ ପୂଜାରୀ ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତ ରୁ ଆସିଥିବା ଜନ ସାଧାରଣଙ୍କ ଅଭିଯୋଗକୁ ନେଇ ଆଲୋଚନା କରିଛନ୍ତି। ସମସ୍ତ ବିଭାଗ ଅଫିସର ଙ୍କ ଉପସ୍ଥିତିରେ ଏହା ଅନୁଷ୍ଠିତ ହୋଇଥିଲା l ମାନେଶ୍ଵର ବ୍ଳକ ଗୋଷ୍ଠି ଉନ୍ନୟନ ଅଧିକାରୀ ସ୍ମରଣିକା ଟୁଲୁ ଓ ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ ଓ ବ୍ଲକ ଚେୟାରମ୍ଯାନ ମଧ୍ୟ ଉପସ୍ଥିତ ଥିଲେ l ଏହି ଜନ ଅଭିଯୋଗ ସମାବେଶରେ ଜନସାଧାରଣ ଙ୍କ ମୁଖ୍ୟ ଅଭିଯୋଗ ଥିଲା ପାନୀୟଜଳ, ଟାଟା ପାୱାର ର ବିଦ୍ୟୁତ ଶୁଳ୍କ, ଚାଷ ଜମି ରେ ପାଣି ପାଇଁ ଲିଫ୍ଟ ପଏଣ୍ଟ ବ୍ଯବସ୍ଥା, ପ୍ରଧାନ ମନ୍ତ୍ରୀ ଆବlସ ଘର ଓ ଏହାର ନିର୍ମାଣ ପାଇଁ ପଟ୍ଟା ପ୍ରଦାନ ଅଭିଯୋଗ ଆଲୋଚନା ର ମୁଖ୍ୟ ପ୍ରସଙ୍ଗ ଥିଲା lଏହି ଅବସରରେ କିଛି ହୀତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ ଓ କିଛି ବିକଳ ଭିନ୍ନକ୍ଷମ ଶ୍ରେଣୀର ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଇଥିଲା।
ଆଜିର ଏହି ସମାବେଶକୁ ସବୁ ମହଳରେ ସ୍ୱାଗତ କରାଯିବା ସହିତ ପଞ୍ଚାୟତ ସମିତି ବୈଠକ ଯଦି ଏଭଳି ଠିକ ଭାବରେ ପୁର୍ବରୁ ବସୁଥାନ୍ତା ତେବେ ଆଜିର ଏହି ଜନଶୁଣାଣୀର କୌଣସି ଆବଶ୍ୟକତା ପଡିନଥାନ୍ତା ବୋଲି ଚର୍ଚା ହେଉଛି । ଆଜିର ଦିନରେ ପାନୀୟ ଜଲ,କୃଷି କ୍ଷେତ୍ରକୁ ଜଳସେଚନ ଓ ବିଦ୍ୟୁତ ଭଳି ମୌଳିକ ସମସ୍ୟା ନେଇ ବିଶେଷ ଆଲୋଚନା ଓ ଅଭିଯୋଗ ହୋଇଛି ସତ କିନ୍ତୂ ଏହାଯେ କିଭଳି ଓ କେବେ କାର୍ଯ୍ୟକାରୀ କରାଯାଇ ପାରିବ ତାକୁ ନେଇ ରହିଛି ସନ୍ଦେହ। ଏହା ନିର୍ବାଚନୀ ଫେସନ୍ ନହୋଇ ପ୍ରକୃତରେ ଜନ ସମସ୍ୟାକୁ ଗୁରୁତ୍ୱ ଦେବାକୁ ସବୁ ମହଳରେ ଗୁରୁତ୍ୱ ଦିଆଯାଉଛି ।