Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବ କଳାକାର ବୃତ୍ତି ପାଇଲେ ସମ୍ବଲପୁରର ସୁଶ୍ରୀ ଚୁମକି ନାହାକ

ସମ୍ବଲପୁର:କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଅଧୀନରେ ସାଂସ୍କୃତିକ ସମ୍ବଳ ଏବଂ ପ୍ରଶିକ୍ଷଣ କେନ୍ଦ୍ର ପକ୍ଷରୁ ଚଳିତ ସୁଶ୍ରୀ ଚୁମକି ନାହାକ ଙ୍କୁ ଚଳିତ ବର୍ଷ ପାଇଁ ସମ୍ବଲପୁରର ପ୍ରକାଶିତ ଯୁବ କଳାକାର ବୃତ୍ତି ପାଇଁ ମନୋନୀତ ହୋଇଛନ୍ତି। ଶୁକ୍ରବାର ପ୍ରକାଶିତ ମାଳିକାରେ ସାରା ଭାରତରେ ଲୋକନୃତ୍ୟ ବିଭାଗରେ ମୋଟ ୧୯ ଜଣ ଙ୍କୁ ଚୟନ କରାଯାଇଛି। ସେଥି ମଧ୍ୟରୁ ସମ୍ବଲପୁର ଟ୍ରାଇବlଲ ଏଣ୍ଡ ଫୋଲକ ଆର୍ଟ ସେଣ୍ଟର ଅନୁଷ୍ଠାନ ର ବିଶିଷ୍ଠ ଗୁରୁ ଆଲୋକ କୁମାର ପଣ୍ଡା ଅଧିନରେ ପ୍ରଶିକ୍ଷଣ ନେଉଥିବା ଚୁମକି କୁ ସଫଳତା ମିଳିଛି। ସେ ବିଗତ ୫ବର୍ଷ ହେବ ଅନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଗୁରୁ ଆଲୋକ କୁମାର ପଣ୍ଡା ଠାରୁ ସମ୍ବଲପୁରୀ ଲୋକ ନାଚ ଶିକ୍ଷା ଗ୍ରହଣ କରି ଆସୁଛନ୍ତି। ସମ୍ବଲପୁରୀ ଲୋକ ନାଚ ଉପରେ ଆସନ୍ତା ଦୁଇବର୍ଷ ଗବେଷଣା ପାଇଁ ତାଙ୍କୁ ଏହି ବୃତ୍ତି ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ