Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବସିଆପଡାରେ ଶ୍ରୀ ରାମଲୀଳା ମହୋତ୍ସବ ଓ ଶ୍ରୀ ରାମାୟଣ ପ୍ରବଚନ :ବଳରାମ ମାହାଣା, ପ୍ରମୋଦ ତ୍ରିପାଠୀ ଓ ସୁଜାତା ତ୍ରିପାଠୀ ସମ୍ମାନିତ

ସମ୍ବଲପୁର:ଯୁଯୋମୁରା ବ୍ଲକ ଅନ୍ତର୍ଗତ ବିରସିଂଗଡ଼ ପଞ୍ଚାୟତର ବସିଆପଡା ଠାରେ ଗତ ୭ ଦିନ ଧରି ଚାଲିଥିବା ଶ୍ରୀ ରାମଲୀଳା ମହୋତ୍ସବ ଓ ଶ୍ରୀ ରାମାୟଣ ପ୍ରବଚନ ଶନିବାର ମଧ୍ୟରାତ୍ରରେ ଉଦଯାପିତ ହୋଇଯାଇଛି।ଗତ ୧୭ ତାରିଖରୁ ଏହା ଆରମ୍ଭ ହୋଇଥିଲା।
ଉଦଯାପନୀ ଉତ୍ସବରେ ଆଧ୍ୟାତ୍ମିକବିଦ କେଶବ ଚନ୍ଦ୍ର ଦେହୁରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଧ୍ୟାତ୍ମିକ ଚେତନା ଜନ ମାନସଙ୍କୁ ନୂତନ ଶିକ୍ଷାଦେଇ ଭଲ ମଣିଷ ହେବାକୁ ପ୍ରେରଣା ଦେଇଥାଏ। ଗ୍ରାମାଞ୍ଚଳରେ ଏଭଳି କାର୍ଯ୍ୟକ୍ରମକୁ ସେ ଭୁୟସୀ ପ୍ରଶଂସା କରି ଏଭଳି କାର୍ଯ୍ୟକ୍ରମ ଏକତା ଓ ସଂହତିର ମୂଳଦୁଆ ପକାଇଥାଏ ବୋଲି କହିଥିଲେ।ଏଥିରେ ସମ୍ମାନିତ ଅତିଥି ଭାବେ ଜଗନ୍ନାଥ ସେବା ସେରେଟିବୁଲ ଟ୍ରଷ୍ଟର ସଭାପତି ସୁରେଶ୍ୱରୀ ପ୍ରଧାନ ଓ ସମ୍ପାଦକ ପ୍ରସନ୍ନ ଭୋଇ ଯୋଗଦେଇ ଆଧ୍ୟାତ୍ମିକ ଚେତନା ସମାଜ ପାଇଁ ବଡ଼ ବାର୍ତ୍ତା ବୋଲି କହିଥିଲେ।
ଏହି ଅବସରରେ କଳା ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଠେମେରା ଗ୍ରାମର ବିଶିଷ୍ଟ କଳାକାର ବଳରାମ ମାହାଣା ଙ୍କୁ ମୁକ୍ତାକାଶ ରଙ୍ଗମଞ୍ଚ ମହାରଥୀ ଦୟାସାଗର ପଣ୍ଡା ସମ୍ମାନରେ କମିଟି ପକ୍ଷରୁ ସମ୍ମାନିତ କରାଯାଇଥିଲା।ସେହିପରି ଶ୍ରୀରାମ ଚରିତ୍ରରେ ଅଭିନୟ କରିଥିବା ବରିଷ୍ଟ କଳାକାର ପ୍ରମୋଦ କୁମାର ତ୍ରିପାଠୀ ଙ୍କୁ ନାଟ୍ୟ ବିଶାରଦ ପଣ୍ଡିତ ଗୌରୀଶଙ୍କର ମିଶ୍ର ସମ୍ମାନ ଓ ଶ୍ରୀମତୀ ସୁଜାତା ତ୍ରିପାଠୀଙ୍କୁ ସ୍ୱାଧୀନତା ସଂଗ୍ରାମୀ ଡ଼ଃ. ପ୍ରଭାବତୀ ଦେବୀ ସମ୍ମାନରେ ଉପଢୌକନ, ମାନପତ୍ର ଦେଇ ସମ୍ବର୍ଦ୍ଦିତ କରାଯାଇଥିଲା। ଏଠାରେ ସୂଚନା ଯୋଗ୍ୟଯେ, ଗତ ୭ ଦିନ ଧରି ଆୟୋଜିତ ରାମଲୀଳା ମହୋତ୍ସବରେ ଏହି ୩ କଳାକାର ଦଶାନନ, ଶ୍ରୀରାମ ଓ ଜାନକୀ ଭୂମିକାରେ ଅଭିନୟ କରି ସାହସ୍ରାଧିକ ଦର୍ଶକଙ୍କ ମନ ମୋହିଥିଲେ।
ମହୋତ୍ସବ କମିଟିର ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ୟୋକ୍ତା ବିପିନ ବିହାରୀ ବେହେରା ଶେଷରେ ଧନ୍ୟବାଦ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ