Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାଲୁଡୁଙ୍ଗୁରି ସ୍କୁଲ ରୁ ବିଭିନ୍ନ ଜିନିଷ ଚୋରି ହୋଇଥିବା ଅଭିଯୋଗ

ବୀରମହାରାଜପୁର : 
ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ବହଲପଦର ପଞ୍ଚାୟତର ଭାଲୁଡୁଙ୍ଗୁରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ୩୨ ଇଞ୍ଚର ସ୍ମାର୍ଟ ଏଲଇଡି ଟିଭି ସହ ୨ଟି ସିଲିଙ୍ଗ ପଙ୍ଖା, ଗୋଟିଏ ଭେଣ୍ଡିଙ୍ଗ ମେସିନ୍ ଓ ଚାରି ପ୍ୟାକେଟ ଚାଉଳ ଚୋରି କରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ରବିବାର ବିଳମ୍ବିତ ରାତ୍ରିରେ କିଛି ଦୁର୍ବୃତ୍ତ ସ୍କୁଲ ଭିତରକୁ ଯାଇ ଅଫିସ ଗୃହର କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିବା ସହ ଏସବୁ ଜିନିଷ ଚୋରି କରିଥିବା ଜଣାଯାଇଛି । ଏ ନେଇ ସ୍କୁଲ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ସ୍କୁଲର ଶିକ୍ଷକମାନେ ଚୋରି ହୋଇଥିବା ଜାଣିବା ପରେ ସ୍କୁଲ ପରିଚାଳନା କମିଟିକୁ ଜଣାଇଥିଲେ । ପରେ ପ୍ରଧାନ ଶିକ୍ଷକ ତ୍ରିମୁଖ ମୁଣ୍ଡା ଚୋରି ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ପକ୍ଷରୁ ଏକ ମାମଲା ରୁଜୁ (୧୦୪/୨୬) କରିବା ସହ ସ୍କୁଲକୁ ଆସି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ