ଯୁଧିଷ୍ଠିର ପୁର ଗ୍ରାମରୁ ଜବର ଦଖଲ ଉଚ୍ଛେଦ ଦାବିରେ ମହିଳାଙ୍କ ତହସିଲଦାର ଙ୍କ ପାଖରେ ଦାବିପତ୍ର
ବୀରମହାରାଜପୁର :
ବୀରମହାରାଜପୁର ତହସିଲ ଅନ୍ତର୍ଗତ ଯୁଧିଷ୍ଠିରପୁର ଗ୍ରାମର ଗୋଚର ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାରଙ୍କ ଠାରେ ଦାବି ହୋଇଛି । ସୋମବାର ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ଏବଂ ଗ୍ରାମବାସୀ ଏ ନେଇ ତହସିଲ କାର୍ଯ୍ୟାଳୟ ଘେରାଉ କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ । ସୂଚନା ଅନୁସାରେ ଦୀର୍ଘ ବର୍ଷ ଧରି ଗ୍ରାମରେ ଗୋଚର ଜମି ଜବରଦଖଲ ସମସ୍ୟା ବଢ଼ିବାରେ ଲାଗିଛି । କେତେକ ଗ୍ରାମବାସୀ ଗୋଚର ଭୂଇଁରେ ଚାଷ କରୁଥିବାବେଳେ ଆଉ କେତେକ ଘର ବି ତିଆରି କରିଛନ୍ତି । ଏଥିଯୋଗୁଁ ଦିନକୁ ଦିନ ଗାଈଗୋରୁ ଚରାଇବା ସହ ଶବ ସତ୍କାର ପାଇଁ ମଧ୍ୟ ଅସୁବିଧା ହେଉଥିବା ଗ୍ରାମବାସୀ କହିଛନ୍ତି । ଗତ ୨୭ ଅକ୍ଟୋବର ୨୦୨୫ରେ ମଧ୍ୟ ଗ୍ରାମବାସୀ ଏ ବିଷୟରେ ତହସିଲଦାରଙ୍କ ଠାରେ ଅଭିଯୋଗ କରିଥିଲେ । ତେବେ ସେତେବେଳେ କିଛି ସୁଫଳ ମିଳି ନ ଥିଲା । ସୋମବାର ପୁନଶ୍ଚ ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ମିଳିତ ହୋଇ ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ ।
ତହସିଲଦାର ସୁଚିସ୍ମିତା ପାଣିଗ୍ରାହୀ ସପ୍ତାହକ ଭିତରେ ପଦକ୍ଷେପ ଗ୍ରହଣ ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି ।

