ବୀରମହାରାଜପୁର ପଞ୍ଚାୟତ ସମିତି ବୈଠକ ରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପଞ୍ଚାୟତ ସମିତି ବୈଠକରେ ଆଜି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା l ବୁଧବାର ବ୍ଳକ ଅଧ୍ୟକ୍ଷl ଶାନ୍ତି ଲୁହାଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ସମିତି ବୈଠକରେ ଉଫୁଳା ସରପଞ୍ଚ ଶ୍ରୀୟା କର୍ମୀ ପଂଚାୟତ ର ସମସ୍ତ ଗ୍ରାମ ବୀରମହାରାଜପୁର ବିଜ୍ଞାପିତ ଅଂଚଳ ପରିଷଦ ରେ ସାମିଲ ହେବା ପରେ ହୋଇଥିବା ଅଚଳବସ୍ଥା ନେଇ କ୍ଷୋଭ ପ୍ରକାଶ କରିଥିଲେ l ପଂଚାୟତ ବାସୀଙ୍କ ତ୍ରିଶଙ୍କୁ ଅବସ୍ଥା ଓ କଲ୍ୟାଣ କାରି ଯୋଜନା ଏବଂ ଉନ୍ନୟନ ପ୍ରକ୍ରିୟାରୁ ବାଦ ପଡ଼ିଥିବା ପଂଚାୟତ ବାସୀ ଙ୍କ ସମସ୍ୟା ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସଭାରେ ଜଣାଇଥିଲେ I ଉପସ୍ଥିତ ବ୍ଲକ ଅଧ୍ୟକ୍ଷା , ଉପାଧ୍ୟକ୍ଷ ନାରାୟଣ ଲୁହା, ମାନ୍ୟବର ବିଧାୟକ ଇଂ ରଘୁନାଥ ଜଗଦଳା, ସାଂସଦ ପ୍ରତିନିଧି, ଜିଲ୍ଲା ପରିଷଦ ସଭ୍ୟ ଓ ସରକାରୀ ସଭ୍ୟ ଙ୍କୁ ଅଶୁ ସମାଧାନ କରିବାକୁ ସହଯୋଗ କାମନା କରିଥିଲେ l
ଚଳିତ ଆର୍ଥିକ ବର୍ଷ ପ୍ରାରମ୍ଭରୁ ବାର୍ଦ୍ଧକ୍ୟ, ଭିନ୍ନକ୍ଷମ, ବିଧବା, ଅସହାୟ ଭତ୍ତାଧିକାରୀ ନିଜ ଗାଁ ରେ ଭତ୍ତା ପ୍ରଦାନ ରୁ ବଂଚିତ ହୋଇ ପ୍ରବଳ ଗ୍ରୀଷ୍ମ ରେ ଗ୍ରାମ ପଂଚାୟତ ଅଫିସ କୁ ଆସି ହଇରାଣ ହେଉଥିବା, ଅନ୍ତୋଦୟ ଗୃହ ଯୋଜନାରୁ ବଂଚିତ ହେବା, ହରିଶ୍ଚନ୍ଦ୍ର ସହାୟତା ରାଶି ନ ପାଇବା, ଜଳକ୍ଲୀଷ୍ଟ ଗାଁ କୁ ଟ୍ୟାଙ୍କର ରେ ପିଇବା ଜଳଯୋଗାଣ ନ ହେବା, ଗ୍ରାମ ପଂଚାୟତ ସମସ୍ତ ଯାତ୍ରୀ ବିଶ୍ରାମ ସ୍ଥଳୀ ଓ ଜନ ସମାଗମ ଛକ ରେ ଜଳଛତ୍ର ନ ଖୋଲିବା, ପି ଡ଼ି ଏସ ସାମଗ୍ରୀ ଉଠାନ, ଖାଉଟି କଲ୍ୟାଣ ପାଣ୍ଠି ଉପଯୋଗ ନ ହେବା, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ସାମୁହିକ ଓ ବ୍ୟତିଗତ ଅନ୍ତୋଦୟ, ଗାଈ ଗୁହାଳ, ଛେଳି ଗୁହାଳ, ସେଚ କୁଆଁ ପ୍ରକଳ୍ପ ଆଦି କାର୍ଯ୍ୟ କରିବାରେ ଅଚଳବସ୍ଥା ଦେଖା ଯାଇଥିବା ଓ ତାର ସମାଧାନ କରି ସାଧାରଣ ଜନତା ଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ l ଜଣକଲ୍ୟାଣ କାରି ରାଷ୍ଟ୍ର ର ସାଧାରଣ ଜନତା ର ସାମ୍ବିଧାନିକ ସୁରକ୍ଷ୍l ନେଇ ସମିତି ସଭାଗୃହରେ ଉଦବେଗ ପ୍ରକାଶ କରିଥିଲେ l ସମିତି ବୈଠକରେ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ବିଧାୟକ, ସାଂସଦ ପ୍ରତିନିଧି, ସମସ୍ତ ସରକାରୀ ଅଧିକାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ I

