Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନଝିରିଆ ପାଲି ପଞ୍ଚାୟତ ପ୍ରିମିୟର ଲିଗ କ୍ରିକେଟ ନବମ ଦିବସରେ ପଞ୍ଚାୟତ ଟାଇଗର ଓ ଷ୍ଟାର ଇଲେଭେନ ଫାଇନାଲ ରେ ପ୍ରବେଶ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କଦଳୀପାଳି ଖେଳ ପଡ଼ିଆ ରେ ହେଉଥିବା ପ୍ରଥମ କେନଝିରିଆପାଲି ପ୍ରିମିଅର ଲିଗ୍ କ୍ରିକେଟ ବୁଧୁବାର ଥିଲା ନବମ ଦିବସ l ଆଜିର ପ୍ରଥମ ମ୍ୟାଚ୍ ୟଙ୍ଗଷ୍ଟାର ଏକ୍ସ ଆଇ ଓ ଏ ୱାନ ଷ୍ଟ୍ରାଇକର ମଧ୍ୟରେ ହୋଇଥିଲା l ଏ ୱାନ ଷ୍ଟ୍ରାଇକର ପ୍ରଥମେ ବ୍ୟାଟିଂ କରି ୧୦ ଓଭର ରେ ୫ ୱିକେଟ ହରାଇ ୧୬୦ରନ୍ ସଂଗ୍ରହ ବିଜୟୀ ହୋଇଥିଲା | ୟଙ୍ଗଷ୍ଟାର ଏକ୍ସ ଆଇ ୯ ଓଭର ୪ବଳ ରେ ୧୦ ୱିକେଟ୍ ହରାଇ ୮୪ରନ କରି ପରାସ୍ତ ହୋଇଥିଲା l ଅପରାହ୍ନ ରେ ହୋଇଥିବା ଦ୍ୱିତୀୟ ମ୍ୟାଚ୍ ଏ ୱାନ ଷ୍ଟ୍ରାଇକର ଓ ଷ୍ଟାର ଇଲେଭେନ ମଧ୍ୟରେ ହୋଇଥିଲା l ଏଥିରେ ପ୍ରଥମେ ଏ ୱାନ ଷ୍ଟ୍ରାଇକର ବ୍ୟାଟିଂ କରି ୯ଓଭର ରେ ୧୦ ୱିକେଟ୍ ହରାଇ ୭୪ରନ କରିଥିଲା I ଜବାବରେ ଷ୍ଟାର ଇଲେଭେନ ୭ଓଭର ୩ବଳ ରେ ୫ ୱିକେଟ୍ ହରାଇ ୭୬ରନ୍ କରି ବିଜୟୀ ହୋଇଥିଲା I ଫଳରେ ପ୍ରିମିୟର ଲିଗ ର ପ୍ରଥମ ସେମି ଫାଇନାଲ ଖେଳ ରେ ଷ୍ଟାର ଇଲେଭେନ ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଛି l ପ୍ରଥମ ମ୍ୟାଚ୍ ର ବିଜେତା ଷ୍ଟାର ଇଲେଭେନ ଦଳ ର ଚନ୍ଦ୍ର ଶେଖର ବାଘ ଓ ଦ୍ୱିତୀୟ ମ୍ୟାଚ୍ ର ବିଜେତା ନିତ୍ୟାନନ୍ଦ ପାଣିଗ୍ରାହି ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ରେ ପୁରସ୍କୃତ କରାଯାଇଥିଲା l ଗୁରୁବାର ପଞ୍ଚାୟତ ଟାଇଗର ଓ ଷ୍ଟାର ଇଲେଭେନ ମଧ୍ୟ୍ୟ ରେ ଫାଇନାଲ ମ୍ୟାଚ ଖେଳାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଉଛି l ମ୍ୟlଚ ଗୁଡିକରେ ସିନ୍ଧାନ୍ତକୁମାର ନାଏକ ଓ ସମ୍ବିତ ଆଡଜୁଆଳି ଅମ୍ପାୟର ଅଶ୍ୱିନୀ କୁମାର ସାହୁ ଅଫ ଲାଇନ ସ୍କୋରିଙ୍ଗ ଓଓମ ପ୍ରଧାନ ଅନ ଲାଇନ୍ ସ୍କୋରିଙ୍ଗ କରିଥଲେ। କେନଝିରିଆପାଲି ପଞ୍ଚାୟତ ପ୍ରିମିୟର ଲିଗ ସମସ୍ତ ମେମ୍ବର ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ