Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୁମୁରଜେନା ହରିଜନ ପଡାକୁ ପକ୍କା ରାସ୍ତା ପାଇଁ ବିଡିଓଙ୍କୁ ଦାବିପତ୍ର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପକଣ୍ଠ ବାଗବର ପଞ୍ଚାୟତର ଲୁମୁରଜେନା ଗ୍ରାମର ହରିଜନ ପଡା କୁ ପକ୍କା ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ବିଡିଓ ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀ ଙ୍କ ଦାବୀ ଅନୁସାରେ ଗ୍ରାମର ହରିଜନ ପଡା ଠାରୁ ରଘୁନାଥ ମଣ୍ଡପ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ । ବର୍ଷା ଦିନେ ଉକ୍ତ ରାସ୍ତା କାଦୁଅ ପଚପଚ ହୋଇଥାଏ । ଫଳରେ ଲୋକେ ଯିବା ଆସିବା ରେ ବହୁତ ହଇରାଣ ହୋଇଥାନ୍ତି । ଗ୍ରାମବାସୀ କୁହନ୍ତି ଉକ୍ତ ବାଟଦେଇ ଛୋଟଛୋଟ ଶିଶୁ ମାନଙ୍କ ସହିତ ଛାତ୍ରଛାତ୍ରୀମାନେ ମଧ୍ୟ ଅଙ୍ଗନୱାଡି କେନ୍ଦ୍ର ଓ ସ୍କୁଲ କୁ ପଢିବାକୁ ଯାଇଥାନ୍ତି । ଉକ୍ତ ରାସ୍ତା କୁ ପକ୍କା ରାସ୍ତା କରିବା ପାଇଁ ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଶାସନ କୁ ବାରମ୍ବାର ଦାବୀ କରିଥିଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ କରିଛନ୍ତି । ଗ୍ରାମର ବସନ୍ତ ଜଗଦଲା, ଉଗ୍ରେସନ ଜଗଦଲା, କବି ଜଗଦଲା, ଅଭିମନ୍ୟୁ ଜଗଦଲା,ସୁଦର୍ଶନ ମହାନନ୍ଦ ଜିତେନ୍ଦ୍ର ଜଗଦଲା ,ଲବ ଜଗଦଲା ପ୍ରମୁଖ ବୀରମହାରାଜପୁର ବିଡିଓ ମୋତିଲାଲ ସୁଲିଆ ଙ୍କୁ ଭେଟି ପକ୍କା ରାସ୍ତା ପାଇଁ ଦାବୀପତ୍ର ପ୍ରଦାନ କରିଛନ୍ତି। ଏନେଇ ବିଡିଓ ଯଥାଶୀଘ୍ର ଉକ୍ତ ଗ୍ରାମର ରାସ୍ତା କୁ ପକ୍କା କରାଯିବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି।