ପ୍ରଥମ କେନଝିରିଆ ପାଲି ପ୍ରିମିୟର ଲିଗ୍ କ୍ରିକେଟ ଉଦଯାପିତ ; ପଞ୍ଚାୟତ ଟାଇଗର କୁ ହରାଇ ଷ୍ଟାର ଇଲେଭେନ ଚମ୍ପିଆନ୍ ଘୋଷିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କଦଳୀପାଲି ପଡ଼ିଆରେ ହେଉଥିବା ପ୍ରଥମ କେନଝିରିଆପାଲି ପ୍ରିମିଅର ଲିଗ୍ କ୍ରିକେଟ ର ଫାଇନାଲ ରେ ପଞ୍ଚାୟତ ଟାଇଗର କୁ ହରାଇ ଷ୍ଟାର ଇଲେଭନ ଚାମ୍ପିଅନ ହୋଇଛି। ଫାଇନାଲ ମ୍ୟାଚ୍ ଟି ତିନୋଟି ଫର୍ମାଟ ରେ ହୋଇଥିଲା। ପ୍ରଥମ ଫର୍ମାଟ ରେ ଷ୍ଟାର ଇଲେଭେନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୨ଉଇକେଟ ହରାଇ ୧୩୭ ରନ କରିଥିଲା। ଜବାବରେ ପଞ୍ଚାୟତ ଟାଇଗର ୮ ଓଭର ରେ ୪ ଉଇକେଟ ହରାଇ ଆବଶ୍ୟକୀୟ ୧୧୭ ରନ କରିଥିଲା। ଦ୍ୱିତୀୟ ଫର୍ମାଟ ରେ ଷ୍ଟାର ଇଲେଭେନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୪ ଓଭର ରେ ୫ ଉଇକେଟ ହରାଇ ୪୧ ରନ କରିଥିଲା। ଜବାବରେ ପଞ୍ଚାୟତ ଟାଇଗର ନିର୍ଦ୍ଧାରିତ ୨ଓଭର ୨ବଳ ରେ କୌଣସି ଉଇକେଟ ନ ହରାଇ ମାତ୍ର ୪୪ ରନ କରିବାରେ ସମର୍ଥ ହୋଇଥିଲା। ଉଭୟ ଦଳ ଗୋଟିଏ ଲେଖାଏଁ ଫର୍ମାଟ ରେ ବିଜୟୀ ହେବାରୁ ନିର୍ଣ୍ଣାୟକ ସୁପର ଓଭର ଖେଳାଯାଇଥିଲା । ଏଥିରେ ପଞ୍ଚାୟତ ଟାଇଗର ପ୍ରଥମେ ବ୍ୟାଟିଂ କରି ୨ଓଭର ରେ ୪ ଉଇକେଟ ହରାଇ ୨୧ରନ କରିଥିବା ବେଳେ ଷ୍ଟାର ଇଲେଭେନ ୧ଓଭର ୫ଟି ବଳ ରେ ୩ ଉଇକେଟ ହରାଇ ୨୩ରନ କରିଥିଲା। ଫଳରେ ଷ୍ଟାର ଇଲେଭେନ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା। ଅଶ୍ୱିନୀ କୁମାର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଯୁବ ସମାଜ ସେଵୀ ପିକୁଳ ଚନ୍ଦ୍ର ପଧାନ ମୁଖ୍ୟ ଅତିଥି ଏବଂ ସମାଜ ସେଵୀ କନ୍ଦର୍ପ ପଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚମ୍ପିୟାନ ଦଳକୁ ପୁରସ୍କୃତ କରିଥିଲେ । ଜ୍ୟୋତିଲାଲ ବାଘ ଶ୍ରେଷ୍ଠ ବ୍ୟାଟର,ନିତ୍ୟାନନ୍ଦ ପାଣିଗ୍ରାହୀ ଙ୍କୁ ଶ୍ରେଷ୍ଠ ବୋଲର,ମ୍ୟାନ ଅଫ ଫାଇନାଲ ଓ ମ୍ୟାନ ଅଫ ସିରିଜ ଭାବେ ପୁରସ୍କୃତ କରାଯାଇଥିଲା। ଏହା ସହିତ ଉଭୟ ଚାମ୍ପିଅନ ଓ ରନର ଅପ୍ ଦଳକୁ ନଗଦ ଅର୍ଥ ରାଶି ସହିତ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା। ଫାଇନାଲ ମ୍ୟାଚ୍ କୁ ଜ୍ଞନେନ୍ଦ୍ର ସାହୁ ଓ ଅନୁଭବ ସାହୁ ପରିଚାଳନା କରିଥିବା ବେଳେ ଦିବ୍ୟକାନ୍ତ ଦେହୁରୀ ପ୍ସ୍କୋରିଂ ପ୍ରଦାନ କରିଥିଲେ। ମ୍ୟଚ କୁ କେନଝିରିଆପାଲି ପ୍ରିମିୟର ଲିଗ ର ସମସ୍ତ ମେମ୍ବର ସହଯୋଗ କରିଥିଲେ l

