ବହଲପଦର ରେ ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଲପଦର ଗାଁ ରୁ କେତେଜଣ ବ୍ୟକ୍ତି ନିଜ ଦାଖଲ ରେ ସରକାରୀ ଜମିକୁ ଜବରଦଖଲ କରିଥିବା ବୀରମହାରାଜପୁର ତହସିଲଦାର ଙ୍କ ଠାରେ ଅଭିଯୋଗ ହେଇଥିଲା l ଉକ୍ତ ଜବରଦଖଲ ଜମିରେ ବହଲପଦର 5ସମବାୟ ସମିତି ର ନୂତନ ଅଫିସ ତିଆରି ହେବାପାଇଁ କେନଝିରିଆପାଲି ଆର ଆଇ ଚିହ୍ନଟ କରିଥିଲେ l ବହଲପଦର ଗାଁ ଲୋକଙ୍କ ଅଭିଯୋଗ ପରେ ବୀରମହାରାଜପୁର ତହସିଲଦାର ଶୁଚିସ୍ମିତା ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ସ୍ୱାଗତ ପଣ୍ଡା, ସୁବଳୟା ରେଞ୍ଜର ଅବିନାଶ ବରିହା, ଆର ଆଇ ନରେନ୍ଦ୍ର ଧରୁଆ, ଏ ଆର ଆଇ ମୋହିତ ମିଶ୍ର, ଏ ଆର ସି ଏସ ନାରାୟଣ ସେଠି, ବହଳପଦର ସମବାୟ ସମିତି ସମ୍ପାଦକ ପ୍ରଫୁଲ୍ଲ ଦନ୍ତା, ହରହର ଜୋର ଫାଣ୍ଡି ଅଧିକାରୀ ଏ ଏସ ଆଇ ଯେ. ଡି. ପଧାନ ପ୍ରମୁଖ ଉପସ୍ଥିତ ରହି ଜବର ଦଖଲ ଉଛେଦ କରି ଜେସିବି ସାହାଯ୍ୟ ରେ ଘର ଭାଙ୍ଗି ଥିଲେ l

