Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଜ୍ରାଘାତରେ ଜଣେ ମୃତ ; ଦୁଇ ଗୁରୁତର ଡାକ୍ତରଖାନା ରେ ଚିକିତ୍ସିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଠାରେ ସୋମବାର ସନ୍ଧ୍ୟାରେ ବଜ୍ରାଘାତ ହୋଇ ଜଣେ ଯୁବକଙ୍କ ଅକାଳ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ମୃତକ ଜଣକ କମିରା ପଞ୍ଚାୟତ ଅନ୍ତର୍ଗତ ବିକଳପୁର ଗ୍ରାମର ନେପାଳ କଅଁରଙ୍କ ପୁଅ ନରେଶ କଅଁର (୧୭) ବୋଲି ଜଣାଯାଇଛି । ତାଙ୍କୁ ପ୍ରଥମେ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ପରେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ତେବେ ସୋନପୁର ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହି ଘଟଣାରେ କମିରା ଗ୍ରାମର ଅଜୟ ଗୁରୁ (୨୨) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଥିବାର ଜଣାପଡ଼ିଛି । ସେ ଏବେ ସୋନପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଏହି ଘଟଣାରେ ବିକାଶ ପଧାନ (୧୯) ନାମକ ଯୁବକ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ସେ ଏବେ ବୀରମହାରାଜପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଉକ୍ତ ତିନି ଯୁବକ ଖତ କଢ଼େଇବାକୁ ଯାଇଥିବା ବେଳେ ଉକ୍ତ ଅଘଟଣ ଘଟିଥିବା ଜଣାପଡ଼ିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ