Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଥପୁର ଛକ ଅମୃତ ଧାରା ପାନୀୟ ଜଳ ପ୍ରକଳ୍ପ ଅଚଳ ଯୋଗୁଁ ପାଣି ନପାଇ ଲୋକେ ହନ୍ତସନ୍ତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ରଥପୁର ମୁଖ୍ୟ ଛକ ନିକଟରେ ନୂତନ ଭାବେ ନିର୍ମିତ ହୋଇଥିବା ଅମୃତ ଧାରା ଉଦଘାଟନ ପରେ ବନ୍ଦ ହୋଇଥିବା ଦେଖିବାକୁ ମିଳିଛି। ଜନସାଧାରଣଙ୍କୁ ଥଣ୍ଡା ପାଣି ଯୋଗାଇ ଦେବା ଉଦ୍ଦେଶ୍ୟରେ ଉକ୍ତ ସ୍ଥାନରେ ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଉକ୍ତ ପ୍ରକଳ୍ପ ନିର୍ମାଣ ହୋଇଥିଲା।   ହେଲେ କାହିଁକି କେଉଁ କାରଣରେ ଉକ୍ତ ପ୍ରକଳ୍ପଟି ବନ୍ଦ ରଖାଯାଇଛି ତାହା ଜଣା ପଡିନାହିଁ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଅତି ନିମ୍ନ ମାନର ସାମଗ୍ରୀ ବ୍ୟବହାର ହୋଇଥିବା ଯୋଗୁଁ ଏହି ପ୍ରକଳ୍ପ ଅଚଳ ହୋଇଥିବା କହିଛନ୍ତି। ଗତ ନଭେମ୍ବର ୧୫ ତାରିଖରେ ସ୍ଥାନୀୟ ବିଧାୟକ ଲୋକଙ୍କ ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ ଶୁଭ ଉଦଘାଟନ କରିଥିଲେ । ହେଲେ ସେହିଦିନଠାରୁ ଆଜିପର୍ଯ୍ୟନ୍ତ  ସ୍ଥାନୀୟ ଲୋକେ ପାଣି ବୁନ୍ଦାଏ ଏଠାରୁ ପାଇପାରି ନାହାନ୍ତି। ଏହି ଛକ ବୀରମହାରାଜପୁର- ସୋନପୁର ମୁଖ୍ୟ ରାସ୍ତା ଉପରେ ଥିବାରୁ ପ୍ରତ୍ୟହ ବହୁ ଜନସାଧାରଣ ବିଭିନ୍ନ ସ୍ଥାନରେ କୁ ଯିବାଆସିବା ପାଇଁ ଯାନବାହାନ କୁ ଅପେକ୍ଷା କରିଥାନ୍ତି।
ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପିଇବl ପାଣି ପାଇଁ ଲୋକେ ଡହଳବିକଳ ହେଉଥିବା ଦେଖିବାକୁ ମିଳୁଛି। ବୀରମହାରାଜପୁର ବ୍ଲକରେ ଥିବା ଯନ୍ତ୍ରୀ ଜଣଙ୍କ ଖାମ ଖିଆଲି ମନୋଭାବ ଓ ଦାୟିତ୍ୱ ହୀନତା ଯୋଗୁଁ ପାନୀୟ ଜଳ ପ୍ରକଳ୍ପ ଗୁଡିକ ଅଧିକାଂଶ ସମୟ ବନ୍ଦ ହୋଇ ପଡୁଛି ହେଲେ ଯନ୍ତ୍ରୀଙ୍କ ପାଖରେ ଖବର ରହୁ ନାହିଁ l ଏ ନେଇ ଅଧିକ ଜାଣିବା ପାଇଁ ଯୋଗାଯୋଗ କଲେ ମଧ୍ୟ୍ୟ ଫୋନ ଉଠାଉ ନାହାନ୍ତି l ଏବେ ଉତ୍ତପ ବୃଦ୍ଧି ପାଉ ଥିବାରୁ ପାନୀୟ ଜଳର ଆବଶ୍ୟକତା ରହୁଥିବା ବେଳେ ଲୋକେ ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି। ଉକ୍ତ ପ୍ରକଳ୍ପ କୁ କାର୍ଯ୍ୟକ୍ଷମ କରିବାକୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ  ମଧ୍ୟ କିଛି ଫଳ ମିଳିପାରି ନାହିଁଁ। ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ