Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭଙ୍ଗାମୁଣ୍ଡା ଦୁର୍ଗା ମାଧବ ମନ୍ଦିର ପାଇଁ ଶାନ୍ତି ଆନନ୍ଦ ସେବାଶ୍ରମ ଟ୍ରଷ୍ଟ ଗଠିତ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଳାପଥର ପଞ୍ଚାୟତ ର ଭଙ୍ଗାମୁଣ୍ଡା ଦୁର୍ଗା ମାଧବ ମନ୍ଦିର ପାଇଁ ଗଠିତ ହେଲା “ଶାନ୍ତି ଆନନ୍ଦ ସେବାଶ୍ରମ ଟ୍ରଷ୍ଟ”ଭକ୍ତି, ସେବା ଓ ସାମାଜିକ କଲ୍ୟାଣର ମହାନ ଉଦ୍ଦେଶ୍ୟକୁ ସାମ୍ନାରେ ରଖି ଭଙ୍ଗାମୁଣ୍ଡା ସ୍ଥିତ ମା’ ଦୁର୍ଗା ମାଧବ ମନ୍ଦିର ପରିଚାଳନା ନିମନ୍ତେ “ଶାନ୍ତି ଆନନ୍ଦ ସେବାଶ୍ରମ ଟ୍ରଷ୍ଟ” ଗଠନ କରାଯାଇଛି। ଏହି ଟ୍ରଷ୍ଟ ମାଧ୍ୟମରେ ମନ୍ଦିରର ସୁଚାରୁ ପରିଚାଳନା, ଧାର୍ମିକ କାର୍ଯ୍ୟକ୍ରମର ସମ୍ପ୍ରସାରଣ ଏବଂ ସେବାମୂଳକ କାର୍ଯ୍ୟକଳାପକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟ ରଖାଯାଇଛି। ଟ୍ରଷ୍ଟ ଗଠନ ଅବସରରେ କମିଟିର କର୍ମକର୍ତ୍ତା ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଟ୍ରଷ୍ଟର ଉଦ୍ଦେଶ୍ୟ, ଭବିଷ୍ୟତ କାର୍ଯ୍ୟଯୋଜନା, ମନ୍ଦିରର ସର୍ବାଙ୍ଗୀଣ ବିକାଶ ଏବଂ ସମାଜସେବା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ସମସ୍ତଙ୍କ ସହଯୋଗ ଓ ସକ୍ରିୟ ଭାଗୀଦାରିରେ ଟ୍ରଷ୍ଟକୁ ଏକ ଆଦର୍ଶ ସେବାମୂଳକ ଅନୁଷ୍ଠାନ ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ