Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଡକ ଦୁର୍ଘଟଣାରେ ଯୁବ ବ୍ଯବସାୟୀ ଗୋବିନ୍ଦର ମେହେର ଙ୍କ ମୃତ୍ୟୁ

ବୀରମହାରାଜପୁର : ଶୁକ୍ରବାର ସନ୍ଧ୍ୟାରେ ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଭତରା ଝାଙ୍କରବନ୍ଧ ନିକଟରେ ହୋଇଥିବା ସଡକ ଦୁର୍ଘଟଣାରେ ସୁବର୍ଣ୍ଣପୁର ଜିଲ୍ଲାର ଦୁଇଜଣ ବାଇକ ଆରୋହୀ ଯୁବକ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଏମାନଙ୍କ ମଧ୍ୟରୁ ବୀରମହାରାଜପୁର ଥାନା ପଣ୍ଡାପାଲି ଗ୍ରାମର ଯୁବକ ଗୋବିନ୍ଦ ମେହେରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଶନିବାର ସେଠାରେ ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ମୃତକଙ୍କ ଶବ ଗାଁରେ ପହଞ୍ଚିବା ପରେ ଏକ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ମୃତକ ଜଣକ ଏକ ମୋବାଇଲ ଦୋକାନ ବୀରମହାରାଜପୁର ରେ ଦେଇଥିଲେ । ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ଯୁବକ ଜଣକ ବିନିକା ଅଞ୍ଚଳର ଓ ସେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଉଭୟେ କୋଣସି କାର୍ଯ୍ୟରେ ସମ୍ବଲପୁରକୁ ଯାଇ ଫେରୁଥିବା ସମୟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ହୋଇଥିବାର କୁହାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ