Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ମିନି ଷ୍ଟାଡିୟମ୍ ରେ ବିଶ୍ଵ ଯୋଗ ଶିବିର ଆୟୋଜିତ

ବୀମହାରାଜପୁର : ଜୀବନ ରେ ଶାରୀରିକ,ମାନସିକ ଏବଂ ଆଧ୍ୟାତ୍ମିକ ବିକାଶ କ୍ଷେତ୍ରରେ ଯୋଗ ର ପ୍ରମୁଖ ଭୂମିକା ରହିଛି । ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଜୁନ୍ ମାସ ୨୧ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଏ । ଆଜି ଏ ଅବସରରେ ବୀରମହାରାଜପୁର ସ୍ଥିତ ମିନିଷ୍ଟଦିଅମ୍ ଠାରେ ଏକ ଯୋଗ ଶିବିର ର ଆୟୋଜନ କରାଯାଇଥିଲା । ଗୋଷ୍ଠି ଉନ୍ନୟନ ଅଧିକରୀ ଶ୍ରୀ ରାଜୀବ କୁମାର ହଁସଦା ଙ୍କ ସଭାପତିତ୍ୱ ଅନୁଷ୍ଟିତ ସଭାରେ ଯୋଗଗୁରୁ ଡ. ଦ୍ୱିତିକୃଷ୍ଣ ପଣ୍ଡା, ଜିଲ୍ଳା ବିଜେପି ସଭାପତି ବେଣୁଧର ଦାସ, ରାଜେଶ କୁମାର ପାଣିଗ୍ରାହି ପ୍ରମୁଖ ଶିବିର ରେ ଯୋଗଦାନ କରି ଦୈନିକ ସକାଳରେ ଏକ ଘଣ୍ଟା ଯୋଗ, ପ୍ରାଣାୟାମ କଲେ ଶରୀର ସୁସ୍ଥ ରହିବା ସଙ୍ଗେ ଅକାଳ ବାର୍ଦ୍ଧକ୍ୟ ରୁ ମୁକ୍ତି ମିଳିଥାଏ ବୋଲି ଶିବିରରେ ପରାମର୍ଶ ଦେଇଥିଲେ । ସାମ୍ବାଦିକ ଯୁଗଳକିଶୋର ମିଶ୍ର ସଭା ସଂଯୋଜନା କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଏବିଡିଓ ପୁରୁଷୋତ୍ତମ ଧରୁଆ । ଶେଷରେ ସମସ୍ତେ ତିରିଶ ମିନିଟ ରୁ ଉର୍ଦ୍ଧ୍ୱ ବିଭିନ୍ନ ପ୍ରକାର ବ୍ୟାୟମ ପ୍ରାଣାୟାମ କରିଥିଲେ I ଯୋଗ ଶିବିରରେ ଅର୍ଦ୍ଧାଧିକ ଯୋଗ ଶିବିରlର୍ଥୀ ଙ୍କୁ ବେନିଆନ , କେପ୍ ଆଦି ମିଳି ନ ଥିବାରୁ ବ୍ଲକ ପ୍ରଶାସନ ଉପରେ ଅସନ୍ତୋଷ ଦେଖା ଦେଇଥିବା ଶୁଣା ଯାଉଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ