ଅବସରପ୍ରାପ୍ତ ପ୍ରାଣୀଧନ ନିରୀକ୍ଷକ ଶମ୍ଭୁ ପଧାନ ଙ୍କ ପରଲୋକ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଉଫୁଲା ଗ୍ରାମର ଅବସରପ୍ରାପ୍ତ ପ୍ରାଣୀଧନ ନିରୀକ୍ଷକ ଶମ୍ଭୁ ପ୍ରସାଦ ପଧାନଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୭୦ ବର୍ଷ ହୋଇଥିଲା । ଦୁଇଦିନ ତଳେ ସେ ହଠାତ୍ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ସୋନପୁର ଓ ପରେ ବୁର୍ଲା ଓ କଟକକୁ ନିଆଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ କଟକଠାରେ ତାଙ୍କର ବିୟୋଗ ଘଟିଥିଲା । ସେ ତାଙ୍କ ସ୍ତ୍ରୀ, ଦୁଇ ପୁଅ, ଦୁଇ ବୋହୂ, ନାତି ନାତୁଣୀଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି । ନିକଟସ୍ଥ ଶ୍ମସାନ ପଣ୍ଡାପାଲି ଯୋରରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କର ଜ୍ୟେଷ୍ଠ ପୁତ୍ର ବୁଲୁ ପଧାନ ମୁଖାଗ୍ନୀ ଦେଇଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ଗ୍ରାମାଞ୍ଚଳରେ ପଶୁପାଳନ, ପ୍ରାଣୀ ସ୍ୱାସ୍ଥ୍ୟ ଏବଂ ପ୍ରଜନନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଭୂମିକା ରହିଥିଲା । ସେ ଜଣେ ମେଳାପି, ପରୋପକାରୀ, ସମାଜସେବୀ ଭାବେ ଅଞ୍ଚଳରେ ବେଶ୍ ଜଣାଶୁଣା ଥିଲେ l

