Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

+୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାରେ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସାଫଲ୍ୟ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ସାଫଲ୍ୟ ଜଣାପଡିଛି। +୨ଵାଣିଜ୍ୟରେ ୧୦୯ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୧୪ ଜଣ ପ୍ରଥମ ଶ୍ରେଣୀ ୨୫ ଜଣ ଦ୍ଵିତୀୟ ଓ ୪୧ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ମୋଟ ୬୦୦ ନମ୍ବର ରୁ ୪୯୧ ନମ୍ଵର ହାସଲ କରି ଜିନତି ବଡଶେଠ୍ ଅନୁଷ୍ଠାନର ଗୌରବ ବୃଦ୍ଧି କରିଛନ୍ତି। ମୃତ୍ୟୁଞୟ ଦଣ୍ଡସେନା ଶତକଡା ୭୯ ଓ ଶାଲ୍ବେସନ ପ୍ରଧାନ ୭୭.୮୩ ନମ୍ଵର ରଖିଛନ୍ତି। ଅନୁରୂପ ଭାବେ +୨ବିଜ୍ଞାନରେ ୧୦୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରେ ପ୍ରଥମ ଶ୍ରେଣୀରେ ୧୪ ଜଣ, ଦ୍ଵିତୀୟ ଶ୍ରେଣୀରେ ୧୫ ଜଣ ଓ ତୃତୀୟ ଶ୍ରେଣୀରେ ୨୦ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରଜ୍ଞ୍ୟାରାଣୀ ରଣା ୪୯୨ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସମୁଦାୟ ବାଣିଜ୍ୟରେ ୮୦ ଜଣ ଓ ବିଜ୍ଞାନରେ ୪୯ ଜଣ ପାସ୍ ହୋଇଥିବା ଜଣାପଡ଼ିଛି ।