Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର କଲେଜ ର କିରାଣୀ ଗୌରାଙ୍ଗ ଜଗଦଳl ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ବୀରମହାରାଜପୁର : ଦୀର୍ଘ ୩୦ବର୍ଷରୁ ଉର୍ଦ୍ଧ୍ୱ ସମୟ କାର୍ଯ୍ୟକରି ଆଜି ଅବସର ନେଇଛନ୍ତି ବୀରମହାରାଜପୁର କଲେଜର ବରିଷ୍ଠ କିରାଣି ଗୌରାଙ୍ଗ ଜଗଦଲା । ଏହି ଅବସରରେ ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀ ତାଙ୍କୁ ଔପଢୋକନ ଏବଂ ଅବସର ସଂକ୍ରାନ୍ତିୟ କାଗଜପତ୍ର ପ୍ରଦାନକରି ଶୁଭେଚ୍ଛା ଜଣାଇବା ସହିତ ଏକ ସୁସ୍ଥ ଏବଂ ନିରାମୟ ଜୀବନ କାମନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିତେନ୍ଦ୍ର ସାହୁ, ସୁବାଷ ଶତପଥୀ, ଚିନ୍ମୟ କୁମାର ପଣ୍ଡା, ପ୍ରଶାନ୍ତ କୁମାର ଭୋଇ, ଅରୁଣ ଥନାପତି, ଦିବାକର ଭୋଇ ପ୍ରମୁଖ ଅଧ୍ୟାପକ ଏବଂ କର୍ମଚାରି ବୃନ୍ଦ ଉପସ୍ଥିତ ରହି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୯୫ ମସିହାରେ ଚାକିରିରେ ଯୋଗଦେଇ ଗୌରାଙ୍ଗ ଜଗଦଲା ନିଷ୍ଠାପର ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ । ସେ ଜଣେ ଦରଦୀ ମଣିଷ, ସାହିତ୍ୟାନୁରାଗି ଏବଂ ସମାଜସେବୀ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ