Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଡ଼କ ଦୁର୍ଘଟଣାରେ ମୁରିବାହାଲ ବ୍ଲକ ‘ବିପିସି’ ଉଜ୍ଜଳ ପଟେଲଙ୍କ ଅକାଳ ବିୟୋଗ: ଉପ-ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ ।

ବଲାଙ୍ଗୀର, ୩।୭: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ବ୍ଲକ ପ୍ରୋଜେକ୍ଟ କୋଅର୍ଡିନେଟର (BPC) ଭାବେ କାର୍ଯ୍ୟରତ ଉଜ୍ଜଳ ପଟେଲଙ୍କର ଏକ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଛି। ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳ ସମେତ ବିଭାଗୀୟ ସହକର୍ମୀଙ୍କ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି।
ମିଶନ ଶକ୍ତି ବିଭାଗର ଜଣେ ଅତ୍ୟନ୍ତ ନିଷ୍ଠାପର, କର୍ତ୍ତବ୍ୟପରାୟଣ ଓ ଜନପ୍ରିୟ କର୍ମଚାରୀ ଭାବେ ତାଙ୍କର ଅବଦାନ ସବୁବେଳେ ସ୍ମରଣୀୟ ରହିବ ବୋଲି ବୁଦ୍ଧିଜୀବୀ ଓ ସହକର୍ମୀମାନେ ପ୍ରକାଶ କରିଛନ୍ତି।
ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାକୁ ନେଇ ରାଜ୍ୟ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ‘X’ (ପୂର୍ବତନ ଟ୍ୱିଟର) ମାଧ୍ୟମରେ ଶୋକବାର୍ତ୍ତା ଜଣାଇ ଲେଖିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories