Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିପୁଳ ପରିମାଣରେ ବେଆଇନ ମଦ ଜବତ, ଅଭିଯୁକ୍ତ କୁ କୋର୍ଟ ଚାଲାଣ

ଜମନକିରା : ଜମନକିରା ପୋଲିସ କୁ ଆଜି ଏକ ବଡ଼ ସଫଳତା ମିଳିଛି। ଜମନକିରା ପୋଲିସ ଆଜି ଚଢ଼ାଉ କରି ବିପୁଳ ପରିମାଣର ବେଆଇନ ବିଦେଶୀ ଏବଂ ଦେଶୀ ମଦ ଜବତ କରିଥିବା ବେଳେ ଅଭିଯୁକ୍ତ ଗଣେଶ କୁମାର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ଜମନକିରା ଥାନା କେସ୍ ନଂ ୧୨୧/୨୦୨୬ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ହେଲା ଜମନକିରା ଥାନା ସଦର ମହକୁମା ଅନ୍ତର୍ଗତ ରାଧାକୃଷ୍ଣ ପଡ଼ାର ଗଣେଶ ସାହୁ (୪୮ ବର୍ଷ) ବୋଲି ପ୍ରେସ ଇସ୍ତାହାର ମାଧ୍ୟମରେ ଜଣାଯାଇଛି। ଚଢ଼ାଉ ସମୟରେ ତା ଘର ଓ ଦୋକାନରୁ ୪୩.୧୬୫ ଲିଟର ବିଦେଶୀ ମଦ ଏବଂ ୨୦ ଲିଟର ଦେଶୀ ମଦ ପାଉଚ୍ ମରାମତ ହୋଇଛି। ଅଞ୍ଚଳକୁ ନିଶାମୁକ୍ତ, ଅପରାଧମୁକ୍ତ ଏବଂ ସୁରକ୍ଷିତ ରଖିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଏବେ ଜୋରଦାର ଚଢାଉ ଜାରି ରହିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ