ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ର ଖସଡା ଭୋଟର ତାଲିକା ପ୍ରକାଶ
ବୀରମହାରାଜପୁର : ଭାରତ ନିର୍ବାଚନ ଆୟୋଗଙ୍କ ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ (SIR)-୨୦୨୬ କାର୍ଯ୍ୟକ୍ରମ ଅନୁଯାୟୀ ସୋନପୁର ଜିଲ୍ଲାର ଉଭୟ ବିଧାନସଭା ନିର୍ବାଚନମଣ୍ଡଳୀର ଖସଡ଼ା ଭୋଟର ତାଲିକା ପ୍ରକାଶ କରାଯାଇଛି।
୬୪-ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ପୂର୍ବରୁ ଥିବା ୨,୧୯,୨୮୭ ଜଣ ଭୋଟରଙ୍କ ମଧ୍ୟରୁ ୧୩,୦୩୬ ଜଣଙ୍କ ନାମ ବିଲୋପ କରାଯାଇଥିବାବେଳେ ବର୍ତ୍ତମାନ ଖସଡ଼ା ଭୋଟର ତାଲିକାରେ ୨,୦୬,୦୨୫ ଜଣ ଭୋଟର ରହିଛନ୍ତି।
ଖସଡ଼ା ଭୋଟର ତାଲିକା ସମ୍ପର୍କରେ ସମସ୍ତ ରାଜନୈତିକ ଦଳ, ଜନସାଧାରଣ ଏବଂ ଭୋଟରମାନଙ୍କୁ ନିଜ ନାମ ଓ ବିବରଣୀ ଯାଞ୍ଚ କରିବା ସହ ଆବଶ୍ୟକ ସ୍ଥଳେ ଦାବି ଓ ଆପତ୍ତି ଦାଖଲ କରିବାକୁ ଜିଲ୍ଲା ନିର୍ବାଚନ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

