Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତାକାଲି ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (OJEE) ପରୀକ୍ଷା ଫଳ। କାଲି ଦିନ ୧୧ଟାରେ ବାହାରିବ ରେଜଲ୍ଟ। ଏ ନେଇ ସରକାରୀ ସୂତ୍ରରୁ ପ୍ରକାଶ। ପ୍ରାର୍ଥୀମାନେ OJEE ର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ସେମାନଙ୍କର ଫଳାଫଳ ଜାଣିପାରିବେ।

OJEE ପରୀକ୍ଷା ମେ ’୮ ରେ ଆରମ୍ଭ ହୋଇ ୧୫ରେ ଶେଷ ହୋଇଥିଲା। ୩୩ଟି ସ୍ଥାନରେ ୪୭ ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା ଓଜେଇଇ ପରୀକ୍ଷା। ରାଜ୍ୟ ବାହାରେ ମଧ୍ୟ ତିନୋଟି କେନ୍ଦ୍ରରେ ମଧ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

BPharma, MCA, MSc (Comp Sc), MBA, BCAT, MTech, MTech (Part-Time), MPlan, MPharm ଏବଂ BTech ରେ ଲାଟେରାଲ୍ ପ୍ରବେଶ, ସରକାରୀ ଏବଂ ବେସରକାରୀ କଲେଜରେ ବିପିଏମ୍ ପାଠ୍ୟକ୍ରମ ଏବଂ ଆଡମିଶନ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୋଟ ୫୫,୯୭୯ ଜଣ ପ୍ରାର୍ଥୀ ଓଜେଇଇ ପରୀକ୍ଷା ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ