ବୀରମହାରାଜପୁର ବାଳକ ହାଇସ୍କୁଲ ରେ ସ୍କୁଲ କ୍ୟାବିନେଟ ଗଠିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟର ସ୍କୁଲ୍ କ୍ୟାବିନେଟ୍ ଆଜି ଗଠନ କରାଯାଇଛି। ଶନିବାର ପ୍ରଧାନଶିକ୍ଷକ ନିରଞ୍ଜନ ଦାଶ ଙ୍କ ଅଧ୍ୟକ୍ଷତାରେ ସମସ୍ତ ଶିକ୍ଷକ ଙ୍କ ଉପସ୍ଥିତିରେ ଛାତ୍ର ମାନଙ୍କ ଦ୍ଵାରା ମନ୍ତ୍ରୀମଣ୍ଡଳର ବିଭିନ୍ନ ସଦସ୍ୟଙ୍କୁ ନିର୍ବାଚିତ କରାଯାଇଥିଲା l ଏଥିରେ ବିଶେଶ୍ୱର ପୋଢ-ମୁଖ୍ୟମନ୍ତ୍ରୀ, ବିଶ୍ଵରଞ୍ଜନ ରଣା – ଶିକ୍ଷାମନ୍ତ୍ରୀ , ସ୍ଵାୟତ ଦଣ୍ଡସେନା- କ୍ରିଡା ଓ ସଂସ୍କୃତୀ ମନ୍ତ୍ରୀ , ଜୟପ୍ରକାଶ ଶତପଥୀ – ପରିବେଶ ମନ୍ତ୍ରୀ , ବୁଦ୍ଧଦେବ ନାଏକ -ସ୍ୱାସ୍ଥ୍ୟ ଓ ପରିମଳ ମନ୍ତ୍ରୀ , ସାର୍ଥକ ଶେଖର ପଧାନ- ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ , ଶୁଭମ ବାଦି- ଖାଦ୍ୟ ସୁରକ୍ଷା ମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ l ପରେ ନିର୍ବାଚିତ ମନ୍ତ୍ରୀ ମାନଙ୍କୁ ଛାତ୍ର ପରିଷଦର ଉପଦେଷ୍ଟା ବୈକୁଣ୍ଠ ନାୟକ ଶପଥ ପାଠ କରାଇଥିଲେ l

