Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋଖରୀରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ: ଜମନକିରା ପୋଲିସର ଅପମୃତ୍ୟୁ ମାମଲା ରୁଜ୍ଜୁ

ଜମନକିରା, ୧୧/୭:(ରବୀନ୍ଦ୍ର ପ୍ରସାଦ ଦାନୀ) ଜମନକିରା ଥାନା ବଡ଼ମାଲ ପଞ୍ଚାୟତ ସୁଦବଲଣ୍ଡା ଗାଁ ପୋଖରୀରେ ବୁଡ଼ି ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।
ମିଳିଥିବା ସୂଚନା ମୁତାବକ, ଜମନକିରା ଥାନା ଅନ୍ତର୍ଗତ ସୁଦବଲନଡ଼ା କଲୋନୀ ପଡ଼ାର ଡମରୁ ମୁଣ୍ଡାଙ୍କ ପତ୍ନୀ ସୋମବାରୀ ମୁଣ୍ଡା (୬୭) ଗ୍ରାମର ଏକ ପୋଖରୀରେ ବୁଡ଼ି ଯାଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଏହି ସମ୍ପର୍କରେ ଜମନକିରା ଥାନାରେ ଏକ ଅପମୃତ୍ୟୁ ମାମଲା ୧୮/୨୬ ରେ ପଞ୍ଜୀକୃତ କରାଯାଇଛି। ଜମନକିରା ଆଇଆଇସି ରଞ୍ଜନ ନାଗଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ