Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁରିବାହାଲ ବ୍ଲକରେ VBG-RAMG ଯୋଜନାର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ: ଯୋଗଦେଲେ ବିଧାୟକ ଲକ୍ଷ୍ମଣ ବାଗ ।

ବଲାଙ୍ଗୀର,୧୩।୭: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ‘ବିକ୍ସିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ (ଗ୍ରାମୀଣ)’ ବା VBG-RAMG ଯୋଜନା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ-ସହ-ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳରେ ଏହି ପ୍ରଶାସନିକ ଯୋଜନାର ସଫଳ କାର୍ଯ୍ୟକାରିତା ଏବଂ ଲୋକଙ୍କୁ ରୋଜଗାର ଓ ଜୀବିକାର ସୁଯୋଗ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଏହି ବିଶେଷ ଶିବିର ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସରକାରୀ ଯୋଜନାର ସଠିକ୍ ରୂପାୟନ ଉପରେ ଗୁରୁତ୍ୱ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସଭାପତି ତଥା ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝି, ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଉପାଧ୍ୟକ୍ଷା ଯଜ୍ଞାସେନୀ ହାତୀ ଏବଂ ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ।
ଏହି ଓରିଏଣ୍ଟେସନ୍ ଶିବିରରେ ବ୍ଲକ ପ୍ରଶାସନର ବରିଷ୍ଠ ଅଧିକାରୀ, ପଞ୍ଚାୟତ ପ୍ରତିନିଧି, କ୍ଷେତ୍ର କର୍ମଚାରୀ ଏବଂ ବିଭିନ୍ନ ଗ୍ରାମ ପଞ୍ଚାୟତର ସମ୍ପୃକ୍ତ କର୍ମଚାରୀମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ। ଉପସ୍ଥିତ ବିଶେଷଜ୍ଞ ପ୍ରଶିକ୍ଷକମାନେ ଯୋଜନାର ମୂଳ ଉଦ୍ଦେଶ୍ୟ, କ୍ଷେତ୍ର ସ୍ତରରେ ଏହାର ସଫଳ କାର୍ଯ୍ୟକାରିତା, ଅନଲାଇନ୍ ପରିଚାଳନାଗତ ବ୍ୟବସ୍ଥା, ପ୍ରଶାସନିକ ସ୍ୱଚ୍ଛତା ଏବଂ ଲାଭାର୍ଥୀଙ୍କୁ ସମୟୋପଯୋଗୀ ସେବା ପ୍ରଦାନ କରିବା ସମ୍ପର୍କରେ ଉପସ୍ଥିତ କର୍ମକର୍ତ୍ତାଙ୍କୁ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ।
ପ୍ରଶିକ୍ଷଣ ଶେଷରେ, ସରକାରଙ୍କ ପ୍ରଦତ୍ତ ସମସ୍ତ ନିର୍ଦ୍ଦେଶାବଳୀକୁ ସଠିକ୍ ଭାବେ ପାଳନ କରି ଗ୍ରାମାଞ୍ଚଳର ପ୍ରତ୍ୟେକ ଯୋଗ୍ୟ ଓ ଗରିବ ପରିବାର ପାଖରେ ଯେପରି ଏହି ଯୋଜନାର ସୁଫଳ ଅପହଞ୍ଚ ନରହେ, ସେଥିପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଉପସ୍ଥିତ ସମସ୍ତ ପ୍ରତିନିଧି ଓ କର୍ମଚାରୀଙ୍କୁ ଆହ୍ୱାନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories