Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ପୋଲିସର ଚଢ଼ାଉ: ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ମହିଳା ଗିରଫ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ଫାସିମାଲ ଗ୍ରାମରେ ପୋଲିସ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯିବା ସହ ଜଣେ ମହିଳାଙ୍କୁ ଗିରଫ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଜମନକିରା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଫାସିମାଲ ଗ୍ରାମରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ଗ୍ରାମର ସଞ୍ଜୟ ନାୟକଙ୍କ ପତ୍ନୀ ମିନା ନାୟକ (୪୮) ଙ୍କ ନିକଟରୁ ମୋଟ ୯୦.୦୯୦ ଲିଟର ବେଆଇନ ବିଦେଶୀ ମଦ ଜବତ କରାଯାଇଛି। ଜବତ ହୋଇଥିବା ୧୦୮ ବୋତଲ କିଙ୍ଗଫିସର ବିୟର, ୦୪ ବୋତଲ ଫୁଲ୍-ସାଇଜ୍ ରୟାଲ୍ ହୁଇସ୍କି ୧୦ ବୋତଲ ରୟାଲ୍ ଚ୍ୟାଲେଞ୍ଜ ହୁଇସ୍କି (ପ୍ରତ୍ୟେକ ୩୭୫ ମି.ଲି.) ୨୦ ବୋତଲ ରୟାଲ୍ ଚ୍ୟାଲେଞ୍ଜ ହୁଇସ୍କି (ପ୍ରତ୍ୟେକ ୧୮୦ ମି.ଲି.) ୨୫ ବୋତଲ ବାକାର୍ଡି ବ୍ଲାକ୍ ରମ୍ ୨୮ ବୋତଲ ମ୍ୟାକଡୋୱେଲ୍ସ ହୁଇସ୍କି। ଏହି ମାମଲାରେ ପୋଲିସ ଅଭିଯୁକ୍ତ ମହିଳା ମିନା ନାୟକଙ୍କୁ ଗିରଫ କରିବା ସହ ଜମନକିରା ଥାନା କେସ୍ ନମ୍ବର ୧୨୮/୨୭ ଓଡ଼ିଶା ଅବକାରୀ ଆଇନ-୨୦୦୮ର ଧାରା ୫୨(ଏ) ଅନୁଯାୟୀ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories