Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ୟାକଫୁଟରେ ସାଂସଦ ବ୍ରିଜଭୂଷଣ ସିଂ, ଜୁନ ୫ରେ ଅଯୋଧ୍ୟାରେ ହେବାକୁ ରାଲି ସ୍ଥଗିତ ଘୋଷଣା

ନୂଆଦିଲ୍ଲୀ: ବ୍ୟାକଫୁଟରେ ମହିଳା କୁସ୍ତିଯୋଦ୍ଧାଙ୍କ ସହ ଯୌନ ଶୋଷଣ ଅଭିଯୋଗର ସାମ୍ନା କରୁଥିବା କେଶରଗଞ୍ଜ ଆସନରୁ ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂ। ଅଯୋଧ୍ୟାର ଶ୍ରୀରାମ ପାର୍କରେ ହେବାକୁ ଥିବା ରାଲିକୁ ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି ବ୍ରିଜଭୂଷଣ। ସାଂସଦ ଶୁକ୍ରବାର ନିଜର ଫେସବୁକ ଆକାଉଣ୍ଟରେ ଏହାର ସୂଚନା ଦେଇଛନ୍ତି।

କୁହାଯାଉଛି ଅଯୋଧ୍ୟା ଜିଲ୍ଲାର ପୋଲିସ ପ୍ରଶାସନ ଧାରା ୧୪୪ ଲାଗୁ କରିବା ଏବଂ ପରିବେଶ ଦିବସକୁ ଦୃଷ୍ଟିରେ ରଖି ରାଲିର ଅନୁମତି ଦେବାକୁ ମନା କରି ଦେଇଛନ୍ତି। ଅଯୋଧ୍ୟାରେ ହେବାକୁ ଥିବା ରାଲି ପାଇଁ ସାଂସଦ ଏବଂ ତାଙ୍କର ସମର୍ଥକ ଜୋରସୋର ପ୍ରସ୍ତୁତିରେ ଜୁଟିଥିଲେ। ପୂରା ମାମଲାରେ ପୋଲିସ ପ୍ରଶାସନ ଏବଂ ଗୁଇନ୍ଦା ଟିମ୍ ନଜର ରଖିଥିଲେ।

ଶୁକ୍ରବାର ସକାଳେ ସାଂସଦ ବ୍ରିଜଭୂଷଣ ନିଜ ପୋଷ୍ଟରେ ଲେଖିଛନ୍ତି, ବର୍ତ୍ତମାନ ସ୍ଥିତିରେ କିଛି ରାଜନୈତିକ ଦଳ ବିଭିନ୍ନ ସ୍ଥାନରେ ରାଲି କରି ପ୍ରାନ୍ତବାଦ, ଆଞ୍ଚଳିକବାଦ ଏବଂ ଜାଗିଗତ ସଂଘର୍ଷକୁ ପ୍ରୋତ୍ସାହନ ଦେଇ ସାମାଜିକ ସମରସତାକୁ ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି। ଏଥିପାଇଁ ଜୁନ ୫ରେ ଅଯୋଧ୍ୟାରେ ଏକ ସନ୍ଥ ସମ୍ମିଳନୀର ଆୟୋଜନ କରିବାକୁ ନିର୍ଣ୍ଣୟ ନିଆଯାଇଥିଲା। କିନ୍ତୁ ବର୍ତ୍ତମାନ ପୋଲିସ ଅଭିଯୋଗର ତଦନ୍ତ କରୁଛି ଏବଂ ସୁପ୍ରିମକୋର୍ଟଙ୍କ ଆଦେଶର ସମ୍ମାନ କରି ଜନ ଚେତନା ମହାରାଲି ଜୁନ ୫ ଅଯୋଧ୍ୟା ଚଲୋ, କାର‌୍ୟ୍ୟକ୍ରମକୁ କିଛି ଦିନ ସ୍ଥଗିତ କରାଯାଇଛି।

ସାଂସଦ ଏହା ମଧ୍ୟ ଲେଖିଛନ୍ତି, ଆପଣଙ୍କ ସମର୍ଥନରେ ଗତ ୨୮ ବର୍ଷ ହେବ ଲୋକସଭାର ସଦସ୍ୟ ଭାବ ସେବା କରି ଅସିଛି। ମୁଁ କ୍ଷମତା ଏବଂ ବିରୋଧରେ ରହି ସମସ୍ତ ଜାତି, ସମୁଦାୟ ଏବଂ ଧର୍ମର ଲୋକଙ୍କୁ ଏକଜୁଟ୍ କରିବାକୁ ଉଦ୍ୟମ କରିଛି। ଏହି କାରନରୁ ମୋର ରାଜନୈତିକ ବିରୋଧୀ ଏବଂ ସେମାନଙ୍କର ପାର୍ଟି ମୋ ଉପରେ ମିଥ୍ୟା ଅଭିଯୋଗ ଲଗାଉଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ